www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍‍ ଅଲ୍‍’ ଯୋଜନାରେ ରାଜ୍ୟସରକାର ଷଡଯନ୍ତ୍ର କରୁଛନ୍ତି -ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇଦେବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏକ ବହୁ ଆକାଂକ୍ଷିତ ଓ ଅଭିଳେଷିତ ଯୋଜନା। ଉଜ୍ଜଳା ଭଳି ଏହା ମଧ୍ୟ ଦେଶର ଗରୀବ ଲୋକଙ୍କର ଜୀବନ ପ୍ରଣାଳୀରେ ଏକ ବଡ ପରିବର୍ତନ ଆଣିବାର ସୁଯୋଗ ସୃଷ୍ଟି କରିବ। ସମଗ୍ର ଦେଶରେ ଏହା ସୁରୁଖୁରୁରେ ପ୍ରଣୟନ ହେଉଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗ ପଣିଆ ଯୋଗୁ ଏହି ଯୋଜନା ଆଜି ପଛକୁ ଠେଲି ହୋଇଯାଇଛି । ଏ ନେଇ ବୁଧବାର ବିଜେପି ରାଜ୍ୟ ସାଧାରଣ ସଂପାଦକ  ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ବିଗତ ଦିନରେ ପ୍ରତି ହିତାଧିକାରୀଙ୍କ ଠାରୁ ୧୦-୨୫ ହଜାର ଟଙ୍କାର ଲାଞ୍ଚ ଶାସକ ଦଳ କର୍ମୀମାନେ ଆଦାୟ କରି ସେମାନଙ୍କୁ ତାଲିକାଭୁକ୍ତ କରିବାର ଉଦାହରଣ ନେଇ ବିଜେପି ସରକାରଙ୍କୁ ପ୍ରଶ୍ନ କରିଥିଲା। ମାହାଙ୍ଗା ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍‍ ପଡ଼ିବା ଓ ଶାସକ ଦଳର ସମର୍ଥକ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବାର ଜ୍ୱଳନ୍ତ ଉଦାହରଣ ନେଇ ମଧ୍ୟ ବିଜେପି ରାଜ୍ୟସରକାରଙ୍କୁ ଘେରିଥିଲା । ଯାହା ଫଳରେ ବାଧ୍ୟ ହୋଇ ରାଜ୍ୟସରକାର ତିନି ଥର ସର୍ଭେ କରାଇଥିଲେ ଏବଂ ଶେଷରେ ବ୍ଲକ ମାନଙ୍କରେ ଯୋଗ୍ୟ ହିତାଧିକାରୀଙ୍କର ଦରଖାସ୍ତ ଆହ୍ୱାନ କରି ଆବେଦନ ବାକ୍ସ ବସାଇଥିଲେ। ଗରିବ ଲୋକ ୧୦-୧୫ କିମି ଦୂରରୁ ଖର୍ଚ୍ଚାନ୍ତ ହୋଇ ଆସି ଆବେଦନପତ୍ର ପକାଇଥିଲେ ଘରଟିଏ ପାଇବା ଆଶାରେ। ସରକାର ଗତ ୭-୮ ମାସ ଧରି ଏହାକୁ ଶୀତଳ ଭଣ୍ଡାରରେ ପକାଇ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ବହୁ ଆକାଂକ୍ଷିତ ‘ହାଉସିଂ ଫର୍‍ ଅଲ୍‍’ ଯୋଜନାରେ ରାଜ୍ୟସରକାର ଷଡଯନ୍ତ୍ର କରୁଛନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

- Advertisement -

ଗତକାଲି ଦୁର୍ଭାଗ୍ୟବଶତଃ ଖୋର୍ଦ୍ଧା ଜିଲାର ଚିଲିକା ବ୍ଲକରେ କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ବିଜେପି ଜିଲା ପରିଷଦ ସଦସ୍ୟଙ୍କ ନଜରରେ ଆସିଲା ଯେ, ଅନେକ ଗୁଡିଏ ପିଏମଏୱାଇ ଆବେଦନ ପତ୍ର ବ୍ଲକ ଅଫିସ ପଛପଟ ପଡ଼ିଆରେ ଫୋପଡା ହୋଇଛି ଏବଂ କିଛିରେ ଅଗ୍ନି ସଂଯୋଗ ମଧ୍ୟ କରାଯାଇଛି । ଏ ବାବଦରେ ସେମାନେ ବ୍ଲକର ଅଧିକୃତ ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ ।

କିଛି ସ୍ୱେଚ୍ଛାସେବୀ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବିରୁଦ୍ଧରେ ଥାନାରେ ଏତଲା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହେଇଛନ୍ତି। ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ଚିଲିକା ବ୍ଲକରେ ହୋଇନାହିଁ ବରଂ ଓଡିଶାର ସମସ୍ତ ୩୧୪ ବ୍ଲକ ଓ ମ୍ୟୁନିସପାଲିଟି ମାନଙ୍କରେ ହେଉଥିବାର ଏକ ପ୍ରାମାଣିକତା ଦିଗକୁ ହିଁ ଦର୍ଶାଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ରାଜ୍ୟର ଗରିବ ଲୋକଙ୍କ ସହ ଚଞ୍ଚକତା କରିବା, ତାଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବାଟମାରଣା କରିବା ଏବଂ ରାଜନୈତିକ ଆକ୍ରୋଶରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ  ନକରିବା ଓଡିଶା ସରକାରଙ୍କ ପ୍ରାଥମିକତା ହେବା ଆରମ୍ଭ କରିଛି। ଏହାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ଗରିବ ଲୋକଙ୍କ ପାଇଁ ପଠାଉଥିବା ପ୍ରତିଟି ପଇସାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ଚୌକିଦାରର ଭୂମିକା ବହନ କରିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ସଂପୂର୍ଣ୍ଣ ନୈତିକତା ଦେଖାନ୍ତୁ ନଚେତ ଏକ ରାଜନୈତିକ ଲଢେଇର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories