www.samajalive.in
Monday, December 8, 2025
27.1 C
Bhubaneswar

ସମୟ ଅନୁସାରେ ଦକ୍ଷତାକୁ ବଦଳାଇବା ଜରୁରୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଙ୍କଟ ବିଶ୍ଵର ସଂସ୍କୃତି ସହିତ ଚାକିରିର ପ୍ରକୃତିକୁ ବଦଳାଇ ଦେଇଛି। କିନ୍ତୁ ଆମ ଯୁବପିଢ଼ି ପ୍ରତିଦିନ ବଦଳୁଥିବା ସମୟ ସହିତ ନୂଆ ଦକ୍ଷତାକୁ ବି ଶିଖୁଛନ୍ତି। ସମୟ ଅନୁସାରେ ଦକ୍ଷତାକୁ ବଦଳାଇବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ବିଶ୍ଵ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଲୋକମାନେ ମୋତେ ପଚାରୁଛନ୍ତି ଯେ ଆଜିର ସମୟରେ ବାଣିଜ୍ୟ ଏବଂ ବଜାର ଏତେ ଦ୍ରୁତଗତିରେ ବଦଳୁଛି ଯେ ସେମାନେ କିପରି ପ୍ରଭାବଶାଳୀ ରହିବେ ତାହା ବୁଝିପାରୁ ନାହାନ୍ତି। ମୁଁ ଏହାର ଗୋଟିଏ ଉତ୍ତର ଦେଉଛି ଯେ, ପ୍ରଭାବୀ ରହିବାର ମନ୍ତ୍ର ହେଉଛି ସ୍କିଲ୍‌, ରି-ସ୍କିଲ୍‌ ଏବଂ ଅପ୍‌ସ୍କିଲ। ଏହାର ଅର୍ଥ ହେଉଛି ଦକ୍ଷତା, ପୁନଃ ଦକ୍ଷତା ଏବଂ ଅତିରିକ୍ତ ଦକ୍ଷତା ପାଇଁ ଶିକ୍ଷା।

ମୋଦୀ ଆହୁରି କହିଥିଲେ ଯେ, ଦକ୍ଷତାର ଶକ୍ତି ମଣିଷକୁ କେଉଁଠୁ ନେଇ କେଉଁଠାରେ ପହଞ୍ଚାଇ ଦେଇପାରେ। ଜଣେ ସଫଳ ବ୍ୟକ୍ତିର ବହୁତ ବଡ଼ ଗୁଣ ହେଉଛି ସେ ନିଜର ଦକ୍ଷତା ବୃଦ୍ଧିର କୌଣସି ଅବସର ହାତଛଡ଼ା କରେନାହିଁ। ଦକ୍ଷତା ପ୍ରତି ଯଦି ଆପଣଙ୍କଠାରେ ଆକର୍ଷଣ ନାହିଁ, କିଛି ନୂଆ ଶିଖିବାର ଆଗ୍ରହ ନାହିଁ, ତେବେ ଜୀବନ ଅଟକିଯାଏ। ସେହି ବ୍ୟକ୍ତି ନିଜର ବ୍ୟକ୍ତିତ୍ଵକୁ ହିଁ  ବୋଝ ବୋଲି ଭାବିନିଏ। ଅନୁଭବ ସହିତ ଦକ୍ଷତା ବଢ଼ିଥାଏ। ସମୟ ଅନୁସାରେ ଏହା ମାର୍ଜିତ ହୋଇଥାଏ। ଦକ୍ଷତା ଅଦ୍ବିତୀୟ, ଏହା ଆପଣଙ୍କୁ ଅନ୍ୟଠାରୁ ଭିନ୍ନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଭାରତରେ ଜ୍ଞାନ ଏବଂ ଦକ୍ଷତା ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି, ତାହାକୁ ବୁଝି କାର୍ଯ୍ୟ କରାଯାଉଛି। ଏହି ଚିନ୍ତାଧାରା ସହିତ ଆଜକୁ ୫ ବର୍ଷ ତଳେ ଆଜିର ଦିନରେ ସ୍କିଲ ଇଣ୍ଡିଆ ମିଶନ ଆରମ୍ଭ କରାଯାଇଥିଲା ବୋଲି ମୋଦୀ କହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories