www.samajalive.in
Tuesday, December 9, 2025
16.1 C
Bhubaneswar

ଆରଡି ଫାଣ୍ଡି ପରିସରରେ ଅଭିଯୋଗକାରୀ ପ୍ରତିକ୍ଷାଳୟ ଉଦଘାଟିତ

ଆରଡି : ଭଦ୍ରକ ଜିଲା ଆରଡିପୀଠ ଫାଣ୍ଡି ପରିସରରେ ଅଭିଯୋଗକାରୀଙ୍କ ପାଇଁ ପ୍ରତିକ୍ଷାଳୟ ଧାମନଗର ଏସଡିପିଓ ମନୋରଞନ ସାମଲ ଓ ଧୁଷୁରୀ ଥାନା ଅଧିକାରୀ ପ୍ରଫୁଲ ସିଂଙ୍କ ଦ୍ୱାରା ଉ୍‍ଘାଟିତ ହୋଇଯାଇଛି। ଏପରିକି ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ଉଦ୍ୟେମକ୍ରମେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥରେ ଯାତାୟତ କରୁଥିବା ପଥଚାରୀ ଓ ଗୋରୁମାନଙ୍କ ପାଇଁ ଏକ ଜଳଉତ୍ସ ନିର୍ମାଣ କରାଯାଇଥିବା ବେଳେ ଆରଡି ଫାଣ୍ଡିକୁ ନୂଆ ରୂପରେଖ ଦେବା ପାଇଁ ପ୍ରାଚେରୀ ନିର୍ମାଣ, ମୁଖଶାଳା ଦ୍ୱାର ନିର୍ମାଣ ଆଦି କରାଯାଇଥିଲା। ଏବେ ଫାଣ୍ଡି ପରିସରକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଦୈନଦିନ ଆସୁଥିବା ଅଭିଯୋଗକାରୀ ଯେପରି ମୋ ପୁଲିସ ସେବା ପାଇବେ ସେଥିପାଇଁ ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ଏକ କଂକ୍ରଟରେ ନିର୍ମିତ ପ୍ରତିକ୍ଷାଳୟ ନିର୍ମାଣ କରାଯାଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି। ଏପରିକି ଉଦଘାଟନ କରିବା ପାଇଁ ଆସିଥିବା ଏସଡିପିଓ ଶ୍ରୀ ସାମଲ ଓ ଶ୍ରୀ ସିଂ ଏପରି କାର୍ଯ୍ୟକୁ ନେଇ ଫାଣ୍ଡି ଅଧିକାରି ଶ୍ରୀ ନାୟକଙ୍କୁ ପ୍ରଂଶସା କରିଥିଲେ। ସେହିପରି ଫାଣ୍ଡି ପରିସରକୁ ରଙ୍ଗ ତୁଳି ଦ୍ୱାରା ବିଭିନ୍ନ ଦେବାଦେବୀଙ୍କର ପଟଚିତ୍ର ସାଙ୍ଗକୁ ନୀତିବାଣୀ ନିଖୁଣ ଭାବେ ଆଙ୍କିଥିବା ମୃତ୍ୟୁଞ୍ଜୟ ବାରିକଙ୍କୁ ଓତରିୟ ଓ ଫୁଷ୍ପ ଗୁଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଉଦଘାଟନ ଉତ୍ସବରେ ହାବିଲିଦାର ରମେଶ ମଲିକ, ଶଶିକାନ୍ତ ଦାସ, ଜଜାତି କୁମାର ପ୍ରଧାନଙ୍କ ସହ ସମାଜସେବୀ କିଶୋର ନାୟକ, ସରୋଜ ଦାସ, ଗଣେଷ ବିଶ୍ୱାଳ, ଆଶିଷ ପାଢୀ, ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ଭଗବାନ ମାଝୀ, ଜିବନାନନ୍ଦ ପାଢୀ, ପ୍ରଫୁଲ ବେହେରା, ପ୍ରଫୁଲ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories