www.samajalive.in
Tuesday, December 9, 2025
17.1 C
Bhubaneswar

ମହିଳା ସଙ୍ଗଠନକୁ ସୁଦୃଢ଼ ଲକ୍ଷ୍ୟ: ୧୮ ନେତ୍ରୀଙ୍କୁ ୩୦ ଜିଲା ଦାୟିତ୍ବ ଦେଲେ ନବୀନ

ଭୁବନେଶ୍ବର: ଦଳର ସାଙ୍ଗଠନିକ ପୁନର୍ଗଠନ କ୍ରମରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ୧୮ ମହିଳା ନେତ୍ରୀଙ୍କ ଉପରେ ନ୍ୟସ୍ତ କରିଛନ୍ତି ୩୦ ଜିଲାର ଦାୟିତ୍ବ । ଏହି ନେତ୍ରୀମାନେ ଦଳର ଛାମୁଆ ମହିଳା ସଙ୍ଗଠନ ତତ୍ବାବଧାନ କରିବେ ।

ସୂଚନା ଅନୁସାରେ  ପୂର୍ବତନ ମହିଳା କମିଶନ ତଥା ବିଜେଡ଼ି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଦିଆଯାଇଛି କେନ୍ଦୁଝର ଜିଲା ଦାୟିତ୍ବ । ଗଜପତି ଓ ଗଞ୍ଜାମ ଜିଲା ଦାୟିତ୍ବ ଦିଆଯାଇଛି ଗୀତା ବସ୍ତିଆଙ୍କୁ ଓ କସ୍ତୁରୀ ମହାପାତ୍ର ପାଇଛନ୍ତି ପୁରୀ, ଖୋର୍ଧା ଓ ଭୁବନେଶ୍ବର ଜିଲା । ଉର୍ମିଳା ଦାସଙ୍କୁ ଭଦ୍ରକ ଓ ମୟୁରଭଞ୍ଜ, ପ୍ରବାସିନୀ ଷଡଙ୍ଗୀଙ୍କୁ କଟକ, ଜ୍ୟୋତି ପାଣିଗ୍ରାହୀଙ୍କୁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ଦାୟିତ୍ୱ ମିଳିଛି । ରାଉରକେଲାର ବିଜେଡ଼ି ନେତ୍ରୀ ମିନତୀ ଦେବତାଙ୍କୁ ସମ୍ବଲପୁର ଓ ବରଗଡ ଜିଲା ଦାୟିତ୍ବ ମିଳିଥିବାବେଳେ  ଭାରତୀ ସିଂହଙ୍କୁ ବାଲେଶ୍ୱର, ସରୋଜିନୀ ରାଜଙ୍କୁ ବଳାଙ୍ଗିର ଓ ସୋନପୁର ଜିଲା ମିଳିଛି ।

- Advertisement -

BJD Women Committee_13.07.2020

ସେହିଭଳି ସ୍ନିଗ୍ଧା ପାଣିଗ୍ରାହୀଙ୍କୁ ରାୟଗଡା ଓ ନବରଙ୍ଗପୁର, ନିବେଦିତା ମହାନ୍ତିଙ୍କୁ କୋରାପୁଟ ଓ ମାଲକାନଗିରି, କୁଞ୍ଜଲତା ସାମଲଙ୍କୁ ନୟାଗଡ, ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୁଳ, ଦେବଗଡ, ଢେଙ୍କାନାଳ, ସଂଘମିତ୍ରା ଦଳାଇଙ୍କୁ କନ୍ଧମାଳ ଓ ବୌଦ, ରିଜୱାନା ବେଗମଙ୍କୁ ଯାଜପୁର, ମିତା ରାଉତଙ୍କୁ କେନ୍ଦ୍ରାପଡା, ସ୍ନେହାଞ୍ଜଳି ମହାନ୍ତିଙ୍କୁ ଜଗତ୍‍ସିଂହପୁର ଏବଂ ସଞ୍ଜୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି ଓ ନୂଆପଡା ଦାୟିତ୍ୱ ମିଳିଛି । ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସରଞ୍ଜନ ମଙ୍ଗରାଜଙ୍କ ସ୍ବାକ୍ଷରରେ ଏହି ନିଯୁକ୍ତିନାମା ପ୍ରକାଶ ପାଇଛି ।

ପୂର୍ବରୁ ୧୭ ଜଣଙ୍କୁ ବରିଷ୍ଠ ଉପସଭାପତି ଓ ଉପସଭାପତି ଏବଂ ପରବର୍ତୀ ପର୍ଯ୍ୟାୟରେ ୧୫ ଜଣ ନେତାଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ଦିଆଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories