ବ୍ରହ୍ମପୁର ଆଇଟିଆଇର ଆଉ ଏକ ଉଦ୍ଭାବନ : ବସ ଓ ସଂଗରୋଧ କେନ୍ଦ୍ର ସାନିଟାଇଜ ପାଇଁ ନିର୍ମାଣ କଲେ ୟୁଭିସି ରୋବୋ

ବ୍ରହ୍ମପୁର : ସରକାରୀ ଆଇଟିଆଇ ବ୍ରହ୍ମପୁର କରୋନା ମୁକାବିଲା ପାଇଁ ଆଉ ଏକ ନୂତନ ଉଦ୍ଭାବନ ଆଣିଛି । ପୂର୍ବରୁ ମୋବାଇଲ ଓ ଜୋତା ସାନିଟାଇଜ ପାଇଁ ୨ ଟି ମେସିନ ନିର୍ମାଣ କରାଯାଇଥିବା ବେଳେ ବର୍ତ୍ତମାନ ଏକ ରୋବର୍ଟ ନିର୍ମାଣ କରାଯାଇଛି । ଏହି ୟୁଭିସି ରୋବୋ ଓ୍ବାରିଓର ମେସିନ ଦ୍ଵାରା ଯାତ୍ରୀବାହୀ ବସ ଓ ସଂଗରୋଧ କେନ୍ଦ୍ରକୁ ସାନିଟାଇଜ କରାଯାଇପାରିବ ବୋଲି ଆଇଟିଆଇ ପକ୍ଷରୁ ଦାବି ହୋଇଛି । ଏହି ରୋବୋରେ ଖଞ୍ଜାଯାଇଥିବା ଅଲ୍ଟ୍ରାଭାୟଲେଟ ରଶ୍ମି ଦ୍ଵାରା ଭୁତାଣୁ ମରିଯିବେ ବୋଲି ଅଧ୍ୟକ୍ଷ ଡ଼ ରଜତ ପାଣିଗ୍ରାହୀ କହିଛନ୍ତି । ଏହାକୁ ରିମୋଟ ତଥା ମୋବାଇଲ ଆପ ଦ୍ଵାରା ପରିଚାଳନା କରାଯାଇପାରିବ ।

prayash


ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭରଶୀଳ ଭାରତ ଯୋଜନାରେ ଏହାକୁ ସାମିଲ କରାଯାଇଛି ବୋଲି ଡ଼ଃ ପାଣିଗ୍ରାହୀ କହିଛନ୍ତି । ସେହିପରି ଆଇଟିଆଇର ଏହି ଉଦ୍ଭାବନଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଡ଼ଃ ମହେନ୍ଦ୍ର ନାଥ ପାଣ୍ଡେ ପ୍ରଶଂସା କରିଛନ୍ତି ।

kalyan agarbati

Comments are closed.