www.samajalive.in
Monday, December 8, 2025
20.1 C
Bhubaneswar

ରତ୍ନସିଂହାସନରୁ ପଥର ଗାଏବ ଘଟଣା : ମରାମତି ପୂର୍ବ ଫଟୋ ଦାଖଲକଲା ଏଏସ୍‌ଆଇ

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନରୁ ଗୋଟିଏ ପଦ୍ମପାଖୁଡା ପଥର ଗାଏବ ଅଭିଯୋଗର ତଦନ୍ତ କରାଯାଉଛି। ମନ୍ଦିର ପ୍ରଶାସନ ଅନୁରୋଧକ୍ରମେ ଶୁକ୍ରବାର ମରାମତି ପୂର୍ବ ଫଟୋ ଦାଖଲ କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା। ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ରତ୍ନସିଂହାସନ ମରାମତି ସମୟର ୩୦ଗୋଟି ଫଟୋ ଦାଖଲ କରାଯାଇଛି। ରତ୍ନସିଂହାସନରେ ଚାରମାଳ ବନ୍ଧା ଯାଇଥିବା ସମୟରେ ଫଟୋ ଉଠା ଯାଇଥିବା ଜଣାପଡିଛି। ଶନିବାର ସେଗୁଡିକୁ ଯାଞ୍ଚ କରାଯିବ। ମରାମତି ସମୟରେ ପଦ୍ମପାଖୁଡା ପଥର ଥିଲା କି ନାହିଁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ତଦନ୍ତ କମିଟି। ରତ୍ନସିଂହାସନର ଗୋଟିଏ ସ୍ଥାନରେ ପଥର କଢାଯାଇ ସିମେଣ୍ଟ ପଲସ୍ତରା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ କେବେ ପଥର କଢାଯାଇଛି ସେଥିନେଇ ନିର୍ଦ୍ଧିଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଜଣେ ସେବକ ଇପ୍‌ସିତ ପ୍ରତିହାରୀଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଛି। ଗାଏବ ହୋଇଥିବା ପଦ୍ମପାଖୁଡା ପଥର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ମୁଖରେ ରହିଥିଲା। ପ୍ରତ୍ୟେକବର୍ଷ ମହାପ୍ରଭୁ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ସମୟରେ ଏଏସ୍‌ଆଇ ସମେତ କୋର୍‌ କମିଟି ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯାଇଥାଏ। ଏହି ସମୟରେ ଗର୍ଭଗୃହର ଜରୁରୀ ମରାମତି କରାଯାଏ। ଚଳିତବର୍ଷ ରଥଯାତ୍ରା ଶେଷକରି ଗତ ୪ତାରିଖ ଦିନ ଦାରୁବ୍ରହ୍ମ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ପଦ୍ମପାଖୁଡା ପଥର ଗାଏବ ଅଭିଯୋଗ ଆସିଥିଲା। ଏହାର ତଦନ୍ତ ପାଇଁ ପରିଚାଳନା କମିଟିର ୩ଜଣ ସଭ୍ୟଙ୍କ ସମେତ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପ୍ରଶାସକ ଏବଂ ଏଏସ୍‌ଆଇର ଦୁଇଜଣ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ଏଏସ୍‌ଆଇ ପକ୍ଷରୁ ଶୁକ୍ରବାର ଦାଖଲ କରାଯାଇଥିବା ଫଟୋ ଗୁଡିକୁ ଯାଞ୍ଚ କରାଯିବା ପରେ ଅଭିଯୋଗର ସତ୍ୟତା ଜଣାପଡିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories