www.samajalive.in
Monday, December 8, 2025
17.1 C
Bhubaneswar

ନମିଶ ଯାଦବ ବିରୋଧରେ ଲାଗିଲା ଏନଏସଏ

ବ୍ରଜରାଜନଗର: ଝାରସୁଗୁଡ଼ା ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ନମିଶ ଯାଦବଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଲାଗୁ ହୋଇଛି। ଗତ କାଲି ଏ ବାବଦରେ ଆଦେଶନାମା ପ୍ରକାଶ ପାଇଥିବା ସୂଚନା ମିଳିଛି। ନମିଶଙ୍କ କ୍ରାଇମ ରେକର୍ଡ ବେଶ ଲମ୍ଭା ରହିଥିବା ସହିତ ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୁତ୍ରରୁ ପ୍ରକାଶ।

ଗତ ୨୦୧୯ ମସିହା ବ୍ରଜରାଜନଗର ଅଂଚଳରେ ଘଟିଥିବା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ନମିଶ ଗିରଫ୍‍ ହୋଇ ଜେଲରେ ଅଛନ୍ତି। ସେପଟେ ନମିଶକୁ ଏନଏସଏ ଲାଗିବା ପରେ ବ୍ରଜରାଜନଗର ଅଂଚଳରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଝଟକା ଲାଗିଛି। ବର୍ଷ ବର୍ଷ ଧରି ଗୋଷ୍ଠୀଙ୍କ ମଧ୍ୟରେ ଲାଗିଥିବା ପତିଆରାର ଲଢେଇକୁ ଦମନ କରିବା ସହିତ ସ୍ଥାନୀୟ ଅଂଚଳର ଆଇନ ଶୃଙ୍ଖଳା ବାବଦରେ ପୋଲିସ କଡ଼ା ଅଭିମୂଖ୍ୟ ଗ୍ରହଣ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories