www.samajalive.in
Monday, December 8, 2025
27.1 C
Bhubaneswar

ବେକାରଙ୍କୁ ମାସିକ ୭୫୦ ଟଙ୍କା ଭତ୍ତା ଦିଅନ୍ତୁ ସରକାର: କଂଗ୍ରେସ

କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆର୍ଥିକ କଟକଣା ସହ ଆସନ୍ତା ୨ ବର୍ଷ ଯାଏଁ ନୂଆ ନିଯୁକ୍ତି ଉପରେ କଟକଣା ଜାରି କରିବା ପରେ ବିରୋଧୀ କଂଗ୍ରେସ ଏଭଳି ପଦକ୍ଷେପର କଡା ସମାଲୋଚନା କରିଛି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି।

ଏହି ମହାମାରୀ ଯୋଗୁ ସାଧାରଣ ଲୋକମାନେ ଆର୍ଥିକ ଅନାଟନ ମଧ୍ୟରେ ଥିବା ଦର୍ଶାଇ ସେ ଆସନ୍ତା ଏକ ବର୍ଷ ପାଇଁ ଉଭୟ ସହରାଂଚଳ ଓ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ଟିକସ ଛାଡ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ ଲେଖିଛନ୍ତି, ସରକାର ଲୋକମାନଙ୍କୁ ରାଜ୍ୟର ଆର୍ଥିକ ସ୍ଥିତି ସମ୍ବନ୍ଧରେ ବାସ୍ତବ ତଥ୍ୟ ଦେବା ଉଚିତ୍ ଏବଂ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଉପରେ ଏକ ସର୍ଭେ କରିବା ଉଚିତ୍। ବିଭିନ୍ନ ଚାକିରୀ କ୍ଷେତ୍ରରେ ସରକାର ଓଡିଆ ଯୁବକମାନଙ୍କ ପାଇଁ ୮୫% ସଂରକ୍ଷଣ ସହ ପ୍ରତ୍ୟେକ ବେକାର ଯୁବକଙ୍କୁ ସରକାର ମାସିକ ୭୫୦ ଟଙ୍କା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

- Advertisement -

ଅନ୍ୟ ପକ୍ଷରେ ନିଯୁକ୍ତି ନେଇ ସରକାର ଶ୍ୱେତପତ୍ର ଜାରି କରିବାକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା ଦାବି କରିଛନ୍ତି। ବର୍ଷକୁ ୧ଲକ୍ଷ ନିଯୁକ୍ତି ଦେବାର ସ୍ୱପ୍ନ ଦେଖାଇ ୨୦ ବର୍ଷ ଶାସନ କାଳରେ ମାତ୍ର ୫୦ ହଜାର ନିଯୁକ୍ତି ଦେବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି ବୋଲି ସେ ସମାଲୋଚନା କରିବା ସହ ଏଭଳି ସଙ୍କଟ ସମୟରେ ଯୁବପିଢିଙ୍କୁ ନିଯୁକ୍ତି ଦେବା ସରକାରଙ୍କର ପ୍ରାଥମିକତା ହେବା ଉଚିତ ବୋଲି କହିଛନ୍ତି। ଏ ନେଇ ସେ ସରକାରଙ୍କୁ ୩ଟି ପ୍ରଶ୍ନ ପଚାରିଛନ୍ତି। କେଉଁ ବିଭାଗରେ କେତେ ସରକାରୀ ପଦବୀ ଖାଲି ପଡ଼ିଛି, ପୂର୍ବରୁ କେତେ ସରକାରୀ ନିଯୁକ୍ତି ଦେଇଛନ୍ତି ଓ ଏବେ ସୁଧା ରାଜ୍ୟରେ କେତେ ବେକାରୀ ଅଛନ୍ତି ଏବଂ ଖାଲିଥିବା ପଦବୀଗୁଡ଼ିକ କେବେ ସୁଦ୍ଧା ପୂରଣ ହେବ ତାହା ସର୍ବସାଧାରଣରେ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories