www.samajalive.in
Tuesday, December 9, 2025
16.1 C
Bhubaneswar

ଯୁବପିଢ଼ିଙ୍କ ମାନସିକତା

କରୋନା ସମସ୍ତଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବାରେ ଲାଗିଛି। ପିଲାଙ୍କ ପାଠପଢ଼ାରେ ଅନିୟମିତତା, ଯୁବପିଢ଼ିଙ୍କ କାର୍ଯ୍ୟଶୈଳୀ ସହ ବୟସ୍କଲୋକଙ୍କ ବିରକ୍ତିଭାବ ଦିନକୁଦିନ ବୃଦ୍ଧି ପାଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ଗତ ସପ୍ତାହରେ ବ୍ରିଟେନ୍ ଗବେଷକଦଳ ୨ହଜାର ଯୁବପିଢ଼ିଙ୍କୁ ସାମିଲ କରି ଏକ ଗବେଷଣା କରିଥିଲେ। ଦରମା କାଟ ହେବା କାରଣରୁ ୧୪ ପ୍ରତିଶତ ଯୁବବର୍ଗ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଗଲେଣି। କରୋନା ଭାଇରସ୍‌ ସମସ୍ୟା ସମାପ୍ତ କେବେ ହେବ, ତାହାର ଉତ୍ତର କାହା ପାଖେ ନଥିବାବେଳେ ପରିସ୍ଥିତି ଯେ ଆଗାମୀ ଦିନରେ ସୁଧୁରିବ, ତାହା ମଧ୍ୟ କହିହେଉନାହିଁ।

  • ତନ୍ମଧ୍ୟରୁ ୨୧ ପ୍ରତିଶତ ଯୁବପିଢ଼ି ସାଙ୍ଗସାଥିଙ୍କ ସହ ଗତ ୩ ମାସ ହେଲା ଦେଖାସାକ୍ଷାତ କରିପାରୁନାହାନ୍ତି, ହୋଟେଲ ଯାଇ ଭୋଜନ କରିବାରେ ମଧ୍ୟ କଟକଣା। ଯୁବକଯୁବତୀ ସାଧାରଣତଃ ନିଜ ସାଙ୍ଗସାଥିଙ୍କ ସହ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ବର୍ତ୍ତମାନ ସେସବୁରେ ପୂର୍ଣ୍ଣଚ୍ଛଦ ପଡ଼ିଯାଇଛି।
  • ମାନସିକ ଚାପ ଅଧିକାଂଶଙ୍କର ବଢ଼ିଚାଲିଛି। ଆମେରିକାର କେତୋଟି ଡିସ୍କୋ ଅନ୍-ଲାଇନ୍ ପାର୍ଟିର ସୁବିଧା ଉପଲବ୍ଧ କରାଇଥିଲା। ଦିନକେଇଟା ଯୁବପିଢ଼ି ଏହା ଜରିଆରେ ମନୋରଞ୍ଜନ କରିଥିଲେ ହେଲେ ପରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା।
  •  ୨୬ ପ୍ରତିଶତ ଯୁବକଯୁବତୀଙ୍କ ମତରେ ଆଉ କିଛି ମାସ ମଧ୍ୟରେ ସେମାନଙ୍କ ବନ୍ଧୁମାନେ ମଧ୍ୟ ଦୂରେଇଯିବେ। କାରଣ ଫୋନ୍ ବାର୍ତ୍ତାଳାପ ଜରିଆରେ ବନ୍ଧୁତ୍ବ ଆଉ ବେଶୀ ଦିନ ତିଷ୍ଠିବ ନାହିଁ।
  • ମାନସିକ ଅସ୍ଥିରତା କାରଣରୁ ୪୦ ପ୍ରତିଶତରୁ ଅଧିକ ଯୁବବର୍ଗ ନିୟମିତ ନିଶାସେବନ କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories