www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ପାଇଁ ବାତିଲ ବିମାନ ଟିକଟ ଅର୍ଥ ଫେରସ୍ତ ଦାବି, କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ବାତିଲ ହୋଇଥିବା ବିମାନର ଟିକଟ ବାବଦ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ଦାବି କରି ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମଙ୍ଗଳବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)କୁ ନୋଟିସ ଜାରି କରିଛନ୍ତି। ବିଚାରପତି ଅଶୋକ ଭୂଷଣ, ଏସକେ କୌଲ ଓ ଏମଆର ଶାହାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡିଜିସିଏକୁ ଦାୟର ପିଟିସନ ଉପରେ ନିଜର ଜବାବ ଦେବାକୁ କହିଛନ୍ତି। ଉଡାଣ ବାତିଲ ହୋଇଥିବା ବିମାନର ଟିକଟ ଅର୍ଥ ଯାତ୍ରୀମାନଙ୍କୁ ବିମାନ କମ୍ପାନୀମାନେ ଫେରାଇବା ପରିବର୍ତ୍ତେ ବେଆଇନ ଭାବେ ‘କ୍ରେଡିଡ ସେଲ୍‌’ର ବ୍ୟବସ୍ଥା କରିଛନ୍ତି।

ଯାତ୍ରୀମାନଙ୍କୁ ପରବର୍ତ୍ତୀ ସମୟରେ ଯାତ୍ରାର ସୁବିଧା ଦିଆଯିବାକୁ ବିମାନ କମ୍ପାନୀ ପକ୍ଷରୁ କୁହାଯାଉଛି ଯେଉଁଥି ପାଇଁ ଯାତ୍ରୀମାନେ ଆଗ୍ରହୀ ନୁହନ୍ତି। ପିଟିସନ ଦାୟର କରିଥିବା ଏୟାର ପାସେଞ୍ଜର ଆସୋସିଏସନ୍‌ ଅଫ ଇଣ୍ଡିଆ କହିଛି ଯେ ଟିକଟ ଅଫ ଫେରସ୍ତ ନ କରିବା ସ୍ବେଚ୍ଛାଚାରିତାର ନିଦର୍ଶନ। ଏହା ସିଭିଲ ଆଭିଏସନ ମାନଦଣ୍ଡକୁ ଉଲ୍ଲଙ୍ଘନ କରୁଛି। କ୍ରେଡିଟ୍ ସେଲ୍‌କୁ ଗ୍ରହଣ କରିବା ଓ ନ କରିବା ଯାତ୍ରୀର ଇଚ୍ଛା ଉପରେ ନିର୍ଭର କରେ। ଏଥିପାଇଁ ବିମାନ କମ୍ପାନୀ ବାଧ୍ୟ କରିପାରିବେ ନାହିଁ। ପୂର୍ବରୁ ଅନୁରୂପ ଭାବେ ବିମାନ ଟିକଟ ଫେରସ୍ତ ଦାବି କରି ହୋଇଥିବା ଅନ୍ୟାନ୍ୟ ପିଟିସନ ସହିତ ଏହି ପିଟିସନକୁ ଏକତ୍ର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏପ୍ରିଲ ୧୬ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହାର ନିର୍ଦେଶରେ ସମସ୍ତ ବିମାନ କମ୍ପାନୀଙ୍କୁ ବାତିଲ ବିମାନର ଟିକଟ ଅର୍ଥ ଫେରାଇ ଦେବାକୁ କହିଥିଲା। ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ପ୍ରଥମ ଲକଡାଉନ ସମୟର ବିମାନ ଯାତ୍ରା ଟିକଟ ଓ ଯେଉଁମାନଙ୍କ ବିମାନ ଟିକଟ ବାତିଲ ହୋଇଛି ସେମାନଙ୍କୁ ଅର୍ଥ ଫେରାଇବାକୁ ନିର୍ଦେଶ ଦିଆଯାଇଥିଲା। ମନ୍ତ୍ରଣାଳୟର ଏହି ନିର୍ଦେଶ ସତ୍ତ୍ବେ ବିମାନ କମ୍ପାନୀଗୁଡିକ ଟିକଟ ଅର୍ଥ ଫେରାଇବାରେ ବିଫଳ ହୋଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories