www.samajalive.in
Monday, December 8, 2025
20.1 C
Bhubaneswar

ସାମାନ୍ୟ କଥାକୁ କେନ୍ଦ୍ରକରି ପଥରରେ ଆକ୍ରମଣ, ବୃଦ୍ଧ ଗୁରୁତର

ଦେବଗଡ: ସାମାନ୍ୟ କଥାକୁ କେନ୍ଦ୍ରକରି ବାରକୋଟ ଥାନା ଅନ୍ତର୍ଗତ ସରୁଆଳି ଗ୍ରାମରେ ଗଣ୍ଡଗୋଳ ଘଟିବା ସହ ଜଣେ ଯୁବକଙ୍କ ପଥର ମାଡରେ ଉକ୍ତ ଗ୍ରାମର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସରୁଆଳି ଗ୍ରାମରେ ପ୍ରତ୍ୟେକ ବର୍ଷ ଭଳି ଆଜି ସଂଧ୍ୟାରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଚାଷ ଜମିରେ କାଦୋ ବଳି ପୂଜା କରାଯାଇଥିଲା। ଏଥିରେ ବଳି ଦିଆଯାଇଥିବା ବୋଦାର ବଳକା ଅଂଶ(ମାଂଶ)କୁ ଗ୍ରାମବାସୀଙ୍କ ମଧ୍ୟରେ ଭାଗବଣ୍ଟା କରିବା ନିମନ୍ତେ କଟାଯାଉଥିଲା।

ତେବେ ଏହି ସମୟରେ ମାଂଶ କାଟୁଥିବା ଉକ୍ତ ଗ୍ରାମର ସିପୁନ ସେଠୀ(୨୨)ନାମକ ଜଣେ ଯୁବକ କୌଣସି କାରଣରୁ ହଠାତ ଉତକ୍ଷୀପ୍ତ ହୋଇ ଗ୍ରାମବାସୀଙ୍କୁ ଅଧ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ଏହାଦେଖି ଉକ୍ତ ଗ୍ରାମର ବିଦେଶୀ ସାହୁଙ୍କ ପୁଅ ସନ୍ତୋଷ ସାହୁ ଏହାର ପ୍ରତିବାଦ କରିବା ସହ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ନକରିବାକୁ ତାକୁ ପରାମର୍ଶ ଦେଇଥିଲେ। ଫଳରେ ସେ ଉତକ୍ଷିପ୍ତ ହୋଇ ଧାଇଁ ପଳାଇବା ସହ ପଥର ଫିଙ୍ଗି ସନ୍ତୋଷଙ୍କୁ ଆକ୍ରମଣ ପାଇଁ ଉଦ୍ୟକ କରିଥିଲା। ଏହି ସମୟରେ ସନ୍ତୋଷଙ୍କ ବାପା ବିଦେଶୀ(୬୭)ଧାଇଁ ଆସି ତାକୁ ରୋକିବାକୁ ଉଦ୍ୟମ କରିବାରୁ ସିପୁନ ତାଙ୍କୁ ଏକ ପଥର ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲା। ଆକ୍ରମଣରେ ବିଦେଶୀଙ୍କ କପାଳରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ଆହତ ଗୁରୁତର ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ପାଳଲଡହା ଡାକ୍ତରଖାନାର ଭର୍ତ୍ତୀ କରିଥିଲେ। ମାତ୍ର।ତଙ୍କ କପାଳରେ ୨୦ଟି ଷ୍ଟିଚ ପରବା ସହ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଅନୁଗୁଳ ମଜଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବିଦେଶୀଙ୍କ ପୁଅ ସନ୍ତୋଷ ଏ ସମ୍ପର୍କରେ ବାରକୋଟ ଥାନାରେ ସୂଚନା ଦେବାରୁ ପୁଲିସ ଉକ୍ତ ଗ୍ରାମକୁ ଯାଇ ଅଭୀଯୁକ୍ତ ଯୁବକକୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories