www.samajalive.in
Monday, December 8, 2025
17.1 C
Bhubaneswar

ମହଙ୍ଗା ପଡ଼ିଲା ମନରେଗା ତଦାରଖ, ଗ୍ରାମବାସୀଙ୍କ ଦ୍ବାରା ମହିଳା କନିଷ୍ଠ ଯନ୍ତ୍ରୀ ଅଟକ

କଳାପଥର(ବାଙ୍କୀ):ବାଙ୍କୀ ବ୍ଳକ ଅନ୍ତର୍ଗତ ନୁଆଗାଁ ପଞ୍ଚାୟତର ଖଜୁରିପଦା ଗ୍ରାମରେ ଚାଲିଥିବା ମନରେଗା କାର୍ଯ୍ୟର ତଦାରଖ କରିବାକୁ ଆସିଥିବାବେଳେ ଜୈନେକା ମହିଳା କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ କେତେକ ମହିଳା ଓ ପୁରୁଷ ବନ୍ଦ ଘରେ ଅଟକରଖିଥିବା ସ୍ଥାନ୍ୟୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣାଯାଇଛି ଯେ ନୁଆଗାଁ ପଞ୍ଚାୟତର କରଡାପଲ୍ଲୀ -ନୁଆଗାଁ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉକ୍ତ କାର୍ଯ୍ୟ କିପରି ଚାଲିଛି ଜାଣିବାପଇଁ ମଙ୍ଗଳବାର ଦାୟିତ୍ୱରେ ଥିବା ଯନ୍ତ୍ରୀ ଶାଶ୍ୱତି ପ୍ରଧାନ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଦିନବନ୍ଧୁ ସ୍ୱାଇଁ ଯାଇଥିବାବେଳେ କେତେକ ପୁରୁଷ ସମେତ ମହିଳା କାର୍ଯ୍ୟର ବିଲ ପଇଠ ପାଇଁ ଦାବୀ କରିଥିଲେ। ତେବେ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହି ଅଧିକାରୀ ମାଟିର ମାପଚୁପ କରିବାପାଇଁ କହିବାରୁ ଉପସ୍ଥିତ ଶ୍ରମିକ ଓ ଯନ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଉଭୟ ଅଧିକାରୀଙ୍କୁ ଅଟକ ରଖିବା ଖବର ପାଇ ବୈଦ୍ୟେଶ୍ୱର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏ ସମ୍ପର୍କରେ ବିଭାଗୀୟ ମହିଳା ଯନ୍ତ୍ରୀ ଶାଶ୍ୱତି ପ୍ରଧାନ କହିଛନ୍ତି ଯେ ମନରେଗା କାର୍ଯ୍ୟ ହେଉଥିବା ମାଟି କେଉଁଠାରୁ ଆସିଛି ତାହାର ମାପଚୁପ କହିବାରୁ ବିବାଦ ଆରମ୍ଭ ହୋଇଥିଲା। ଫଳରେ ଆମ୍ଭ ଦୁଇ ଜଣଙ୍କୁ ଅଟକ ରଖିଥିଲେ। ବିଡିଓ ପ୍ରଭାତ କୁମାର ସାହୁଙ୍କୁ କହିଥିଲେ ଯେ ଉକ୍ତ କାର୍ଯ୍ୟର ତଦନ୍ତ କରାଯିବ। ମାଟି ମାପଚୁପ ପରେ ବିଲ ମଞ୍ଜୁର କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories