www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରାବଣ ସୋମବାର ; ଖାଁ ଖାଁ ଶୈବ ପୀଠ

ଭୁବନେଶ୍ୱର : ଆଜି ଆରମ୍ଭ ହୋଇଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର। ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କର ଠାରେ ଜଳ ଲାଗି କରିଥାଆନ୍ତି। ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇ ରହନ୍ତି। ବ୍ରତପାଳନ କରନ୍ତି। ମାତ୍ର ବର୍ତମାନ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିଥିବାରୁ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିିରେ ରଖି ସତର୍କତା ଓ ସୁରକ୍ଷା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟମ ଲାଗୁ ହୋଇଛି। ଏହି କାରଣରୁ ଚଳିତ ବର୍ଷ କାଉଡ଼ିଆମାନେ ଶୈବପୀଠରେ ଜଳ ଲାଗି ନ କରିବା ପାଇଁ ନିୟମ ଲାଗୁ କରାଯାଇଛି। ଆଜିର ପବିତ୍ର ଦିନରେ ପୂର୍ବ ବର୍ଷ ସମସ୍ତ ଶୈବପୀଠରେ ଓଁ ନମଃ ଶିବାୟ, ଶିବଙ୍କ ମନ୍ତ୍ରର ଉଚ୍ଚାରଣରେ ପ୍ରକମ୍ପିତ ହେଉଥିବା ବେଳେ ଚଳିତ ବର୍ଷ ସବୁଠି ଖାଁ ଖାଁ। ଓଡ଼ିଶାରରେ ବିଭିନ୍ନ ଶୈବପୀଠ ଯେପରି ଢେଙ୍କାନାଳର କପିଳାସ, ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଆଠଗଡ଼ର ଧବଳେଶ୍ୱର , ଭଦ୍ରକର ଆଖଣ୍ଡଳମଣି,  ନୟାଗଡ଼ର ଲଡ଼ୁବାବା ଭଳି ଶୈବପୀଠରେ କେବଳ ପୂଜାରୀଙ୍କ ଦ୍ୱାରା ହିଁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories