ସୋମବାର ରାଶିଫଳ (୦୬.୦୭.୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jul 6, 2020 Share ମେଷ: ଯାତ୍ରା ଶୁଭଦାୟକ ହେବ। କର୍ମ ଚଞ୍ଚଳ ରହିବେ। ଚେଷ୍ଟାରେ ସଫଳ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପଦୋନ୍ନତି ମିଳିପାରେ। ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ। ଶାସ୍ତ୍ର ଜ୍ଞାନୀ, ଦେବଦ୍ବିଜ ପରାୟଣ ହେବେ। ବୃଷ: ସେବା ମନୋଭାବ ଗ୍ରହଣ କରିପାରନ୍ତି। ଧନବାନ୍ ହେବେ। ମହିଳାମାନଙ୍କ ଉନ୍ନତି ପାଇଁ ଧ୍ୟାନ ଦେବେ। ଦାନ-ଧର୍ମକୁ ଜୀବନର ବ୍ରତ ଭାବେ ବିବେଚନା କରିପାରନ୍ତି। ସନ୍ମାର୍ଗୀ ହେବେ। ପୁତ୍ର ସୁଖ ପାଇବେ। ଧନାଢ଼୍ୟ ହୋଇପାରନ୍ତି। ମିଥୁନ: କାର୍ଯ୍ୟ ସମ୍ପାଦନ କରିବାରେ ବିଶେଷ ଆଗ୍ରହୀ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ମନ୍ତ୍ରଣାଦାତା ହେବେ। ଅଷ୍ଟମ ଚନ୍ଦ୍ର ଓ ଘାତ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। କର୍କଟ: ଯୋଗାଯୋଗରେ ଶୁଭଫଳ ମିଳିବ। କ୍ରୋଧ ସମ୍ବରଣ କଲେ ଲୋକପ୍ରିୟ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୁରୁକୃପାଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖ ମିଳିବ। ବିବାହ ବିଳମ୍ବିତ ହେବ। ସିଂହ: ଉତ୍ତମ ମିତ୍ରର ସାନ୍ନିଧ୍ୟ ପାଇପାରନ୍ତି। ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି। ବାକ୍ ପଟୁ ହେବେ। ଧନଯୁକ୍ତ ହେବେ। ଯାନବାହନ ସୁଖ ମିଳିବ। ଅଜାତ ଶତ୍ରୁ ହେବେ। ବାଣିଜ୍ୟ କାରବାର ଲାଭଜନକ ହେବ। ଲୋକପ୍ରିୟ ହେବେ। କନ୍ୟା: ଭାବିଚିନ୍ତି କାର୍ଯ୍ୟ ନ କଲେ ଅସୁବିଧାରେ ପଡ଼ି ପାରନ୍ତି। ଚିନ୍ତିତ ହେବେ। ମନରେ ଅଶାନ୍ତି ସୃଷ୍ଟି ହେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିବେ। ସତ୍ମାର୍ଗରେ ପରିଚାଳିତ ହେବେ। Related Posts ୧୨ରୁ ୧ଟା ସୁଦ୍ଧା ହୋଲି ଖେଳ ସାର, ମଦ ପିଇ… Mar 14, 2025 ଭିଜିଲାନ୍ସ ଜାଲରେ କିରାଣୀ: କାର୍ରୁ ମିଳିଲା… Mar 14, 2025 ତୁଳା: ଯୋଗାଯୋଗରେ ତ୍ରୁଟି ରହିଯାଇପାରେ। କଳହଠାରୁ ଦୂରେଇ ରହିବାକୁ ପଡ଼ିବ। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ମାନସିକ ଶାନ୍ତି ମିଳିବ। ଅଗ୍ନିମାନ୍ଦ୍ୟରେ ପୀଡ଼ିତ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିପାରେ। ଶତ୍ରୁନାଶ କରି ସନ୍ତୁଷ୍ଟ ହେବେ। ବିଛା: ଖର୍ଚ୍ଚାନ୍ତ ହୋଇପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ପାଇବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସାଧୁସେବାରେ ବ୍ରତୀ ହେବେ। ମିତ୍ରଙ୍କ ସହାୟତା ମିଳିବ। ଧନୁ: ବହୁ ଶୁଭଫଳର ଅଧିକାରୀ ହେବେ। ଶାସ୍ତ୍ରପଟୁ ହେବେ। ରାଜ ପୂଜିତ ହେବେ। ସାଧନାରେ ସିଦ୍ଧି ଲାଭ କରିବେ। ଶତ୍ରୁଘାତୀ ହୋଇପାରନ୍ତି। କରିତ୍କର୍ମା ହେବେ। ମକର: ସମସ୍ୟା ବୃଦ୍ଧି ହୋଇପାରେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ପ୍ରଭାବ ବିସ୍ତାର କରିବେ। ପରଧନ ଉପରେ ଦୃଷ୍ଟି ପକାଇ ପାରନ୍ତି। ବିବାଦର ସମ୍ମୁଖୀନ ହେବେ। ଆୟ ଠିକ୍ ହେବ । ଉତ୍ତମ ଭୋଜନ ମିଳିବ। କୁମ୍ଭ: ନିର୍ଭୀକ ହେବେ। ସ୍ବକୃତ କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ। ପାରିବାରିକ ସୁଖ ମିଳିବ। ଶତ୍ରୁ ନାଶ କରି ଆଶ୍ବସ୍ତ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିପାରେ। ଖର୍ଚ୍ଚାନ୍ତ ହେବେ। ମୀନ: ଆଗକୁ ମାଡ଼ି ଚାଲିବାର ସମୟ ଉପସ୍ଥିତ। ଉଚ୍ଚାଭିଳାଷୀ ଓ ସୌଭାଗ୍ୟଯୁକ୍ତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ସୁସ୍ଥ ରହିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନ ମିଳିବ। ଯଶସ୍ବୀ ହେବେ। ଶତ୍ରୁ ବିଜୟୀ ଓ ଦାନୀ ହେବେ। Share FacebookTwitterWhatsApp
Comments are closed.