www.samajalive.in
Sunday, December 7, 2025
15.1 C
Bhubaneswar

ପହଞ୍ଚିଲା ନାହିଁ ଆମ୍ବୁଲାନ୍ସ ରାସ୍ତାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ

ବେଙ୍ଗାଲୁରୁ : ବାଙ୍ଗାଲୋରରେ ଜଣେ କରୋନା ସଂକ୍ରମିତ ଲୋକ ପାଖରେ ଠିକ୍ ସୟରେ ଆମ୍ବୁଲାନ୍ସ ନ ପହଞ୍ଚିବା ଯୋଗୁ ରୋଗୀର ମୃତ୍ୟୁ ଘଟିଛି। ଯେତେବେଳେ ରୋଗୀର ନିଶ୍ୱାସ ନେବାରେ ଅସୁବିଧା ହେଲା, ତାଙ୍କ ପତ୍ନୀ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଡକାଇଥିଲେ। କିନ୍ତୁ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନଥିଲା। ତା’ପରେ ସେ ସ୍ୱାମୀଙ୍କ ସହ ରାସ୍ତା କଡରେ ଅପେକ୍ଷା କରିବାକୁ ଲାଗିଲେ। ତଥାପି ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନଥିଲା, ଫଳରେ  ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରିନଥିଲା ଏବଂ ସେହି ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଶନିବାର ଦିନ ବାଙ୍ଗାଲୋର ମହାନଗର ନିଗମ କମିଶନର ଅନିଲ କୁମାର ମୃତକଙ୍କ ଘରେ ପହଞ୍ଚି ଆମ୍ବୁଲାନ୍ସ ଠିକ୍ ସମୟରେ ଆସି ନ ଥିବାରୁ ତାଙ୍କ ପରିବାରକୁ କ୍ଷମା ମାଗିଛନ୍ତି। କମିଶନର ଅନିଲ କୁମାର ୫୫ ବୟସ୍କ ମୃତକଙ୍କ ପରିବାରକୁ ସାକ୍ଷାତ କରି ମହାନଗର ନିଗମ ତରଫରୁ କ୍ଷମା ପ୍ରାର୍ଥନା କରିଛନ୍ତି । ବିବିଏମ୍ପି ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛି । ବିବିଏମ୍ପି କମିଶନର ଟ୍ୱିଟ୍ କରି କହିଛନ୍ତି ଯେ ଆମର କର୍ମଚାରୀମାନେ ପରିସ୍ଥିତିକୁ ଭଲ ଭାବରେ ହୃଦୟଙ୍ଗମ କରିପାରିଲେ ନାହିଁ।ମୃତକଙ୍କ ପତ୍ନୀ କହିଛନ୍ତି ଯେ ଯେତେବେଳେ ତାଙ୍କ ସ୍ବାମୀ ଶ୍ୱାସକ୍ରିୟାରେ ଅସୁବିଧା ଭୋଗୁଥିଲେ ସେତେବେଳେ ସେ ତାଙ୍କ ସ୍ୱାମୀଙ୍କୁ ଘରେ ଚିକିତ୍ସା କରୁଥିଲେ। ତେବେ ତାଙ୍କର କରୋନା ରିପୋର୍ଟ ଆସିବା ମାତ୍ରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ପତ୍ନୀ ଡାକ୍ତରଖାନାକୁ ସୂଚନା ଦେଇ ଆମ୍ବୁଲାନ୍ସ ପାଇଁ ଅନୁରୋଧ କରିଥିଲେ। ଯେହେତୁ ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହୋଇଥିଲା। ଏହି କାରଣରୁ ପରିବାର ସଦସ୍ୟ ରୋଗୀଙ୍କୁ ଅଟୋରିକ୍ସା ସାହାଯ୍ୟରେ ଡାକ୍ତରଖାନା ନେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସେ ଘରୁ ବାହାରିବା ମାତ୍ରେ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ। ବାଙ୍ଗାଲୋର ମହାନଗର ନିଗମର କମିଶନର କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ। କରୋନା ଭାଇରସ ସଙ୍କଟ ଦାୟିତ୍ୱରେ ଥିବା ମନ୍ତ୍ରୀ ଆର ଅଶୋକ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

- Advertisement -

ସୂଚନାଯୋଗ୍ୟ, କରୋନା ଭୂତାଣୁ  ଜନିତ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ବାଙ୍ଗାଲୋର ସହରରେ ୩୩ ଘଣ୍ଟିଆ ଲକଡାଉନ ପାଇଁ ନିଷ୍ପତ୍ତି ନେଇଛନ୍ତି। ବାଙ୍ଗାଲୋର ଏବଂ ଏହାର ଆଖପାଖ ଅଞ୍ଚଳରେ ଶନିବାର ରାତି ୮ ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଆରମ୍ଭ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories