www.samajalive.in
Sunday, December 7, 2025
16.1 C
Bhubaneswar

ବଢ଼ିବ ଭାରତୀୟ ପ୍ରଶିକ୍ଷକଙ୍କ ପାରିଶ୍ରମିକ

ନୂଆଦିଲ୍ଲୀ : ଭାରତୀୟ ପ୍ରଶିକ୍ଷକଙ୍କ ପାଇଁ ଖୁସି ଖବର। ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା ଭାରତୀୟ ପ୍ରଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି ପାଇଁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ। ସୂଚନାଥାଉକି ଭାରତୀୟ ପ୍ରଶିକ୍ଷକଙ୍କ ନିମନ୍ତେ ସର୍ବାଧିକ ମାସିକ ପାରିଶ୍ରମିକ ୨ ଲକ୍ଷ ଟଙ୍କା ଥିଲା। ତେବେ ଏହାକୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ। ଏଣିକି ଭାରତୀୟ ପ୍ରଶିକ୍ଷକମାନେ ଅଧିକ ପାରିଶ୍ରମିକ ପାଇବାର ରାସ୍ତା ଖୋଲି ଯାଇଛି।
ସୂଚନାଥାଉକି ଗୁରୁବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ବିଦେଶୀ ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ। ଏଥିସହ ଆଗାମୀ ଦିନରେ ଭାରତୀୟ ଓ ବିଦେଶ ପ୍ରଶିକ୍ଷକଙ୍କୁ ୪ ବର୍ଷ ନିମନ୍ତେ ନିଯୁକ୍ତି ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଶନିବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ତରଫରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ ଅନେକ ଭାରତୀୟ ପ୍ରଶିକ୍ଷକ ନିଜ କ୍ଷେତ୍ରରେ ବେଶ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଦେବାକୁ ନିଷ୍ପତ୍ତି ନେଇଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାରିଶ୍ରମିକ କ୍ଷେତ୍ରରେ ଥିବା ନିୟମକୁ ପରିବର୍ତ୍ତନ କରାଯାଇଛି। ଅଧିକ ପାରିଶ୍ରମିକ ଯୋଗୁଁ ପ୍ରତିଭାବାନ୍‌ ପ୍ରଶିକ୍ଷକମାନେ ସାଇ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ।
ସେହିପରି ବିଭିନ୍ନ ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାରେ ପ୍ରଶିକ୍ଷକ ଭାବେ କାମ କରୁଥିବା ବ୍ୟକ୍ତି ସାଇ ଅଧିନରେ କାମ କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଅନୁମତି ପ୍ରଦାନ କରାଯାଇଛି। ଅଧିକ ପାରିଶ୍ରମିକ ସହ ୪ ବର୍ଷିୟା ଚୁକ୍ତିରେ ଏହି ପ୍ରଶିକ୍ଷକମାନେ ସାଇରେ କାମ କରିପାରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ମିଳିତ ଭାବେ ପ୍ରଶିକ୍ଷକ ମନୋନୟନ କରିବେ।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଜାତୀୟ ବ୍ୟାଡମିଣ୍ଟନ୍‌ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ। ଭାରତୀୟ ପ୍ରଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା, ଯାହାକି ପୂରଣ ହୋଇଛି ବୋଲି ଗୋପୀଚାନ୍ଦ ମତ ଦେବା ସହ ଏହା ଫଳରେ ଅଧିକ ପ୍ରତିଭାଶାଳୀ ପ୍ରଶିକ୍ଷକ ଓ ପୂର୍ବତନ ଆଥଲେଟ୍‌ ପ୍ରଶିକ୍ଷଣ ପ୍ରତି ଆକୃଷ୍ଟ ହେବେ ବୋଲି କହିଛନ୍ତି।
ଅନ୍ୟପକ୍ଷରେ କରୋନାଜନିତ ପରିସ୍ଥିତିରେ ଉନ୍ନତି ଆସିବା ପରେ ତୃଣମୂଳ ସ୍ତରରୁ ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ଙ୍କୁ ଖୋଜି ବାହାର କରିବା ନିମନ୍ତେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି। ୨୦୨୮ ଅଲିମ୍ପିକ୍‌ସକୁ ଦୃଷ୍ଟି​‌େ​‌ର ରଖି ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories