www.samajalive.in
Saturday, December 6, 2025
26.1 C
Bhubaneswar

ଆସନ୍ତା ୧୧ ତାରିଖ ଯାଏଁ ଭିସୁଟ ବନ୍ଦ

ସମ୍ବଲପୁର : ଆସନ୍ତା ୧୧ ତାରିଖ ଯାଏଁ ବନ୍ଦ ରହିବ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବନ୍ଦ ଘୋଷଣା କଲେ କର୍ତ୍ତୃପକ୍ଷ । ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଘଂନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ହେବ ବୋଲି ଚେତାବନି ଦିଆଯାଇଛି । ହେଡକ୍ୱାର୍ଟର ବାହାରେ ଥିବା କର୍ମଚାରୀ ଫେରିଲେ ହୋମ୍ କ୍ୱାଣେଣ୍ଟାଇନ୍‌ରେ ରହିବେ ବୋଲି ଭିସୁଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇ ଅନୁଗୁଳସ୍ଥିତ ନାଲକୋରେ ଜଣେ ବରିଷ୍ଠ ଅଧିକାରୀ କିଛି ଦିନ ପୂର୍ବେ ପ୍ରାଣ ହରାଇଥିଲେ । ଉକ୍ତ ଅଧିକାରୀଙ୍କ ପତ୍ନୀ ଭିସୁଟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କର୍ଯ୍ୟକରୁଥିଲେ। ନାଲକୋର ଉକ୍ତ ବରିଷ୍ଠ ଅଧିକାରୀଙ୍କ ଜଣଙ୍କ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ସେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାବ୍ ରିପୋର୍ଟରେ ପିଜିଟିଭ୍ ଆସିବା ପରେ ତାଙ୍କୁ ତାଳଚେର୍ କୋଭିଡ୍‌-୧୯ ହସ୍ପିଟାଲ୍‌କୁ ସ୍ଥାନାରିତ କରାଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ନାଲକୋର ଉକ୍ତ ବରିଷ୍ଠ ଅଧିକାରୀଙ୍କ ପତ୍ନୀ ଅଧ୍ୟାପିକାଙ୍କ ସ୍ୱାବ ପରୀକ୍ଷା ପାଇଁ ଯାଇଥିବା ବେଳେ ତାଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିଲା। କରୋନାରେ ମୃତ୍ୟୁ ବରଣ କରିଥିବା ନାଲକୋର ଉକ୍ତ ବରିଷ୍ଠ ଅଧିକାରୀଙ୍କ ପତ୍ନୀ ପ୍ରତିଦିନ ବିଶ୍ବବିଦ୍ୟାଳୟକୁ ଆସୁଥିବା କାରଣରୁ ସେ ଆଉ କେଉଁ ପ୍ରଫେସରଙ୍କ କଣ୍ଟ୍ରାକ୍ଟ ରେ ଆସିଥିବେ ଏବଂ ଯାହା ଦ୍ବାରା ସଂକ୍ରମଣ ବୃଦ୍ଧି ପାଇବ । ଏହି ଆଶଙ୍କାରୁ ଭିସୁଟକୁ ଆସନ୍ତା ୧୧ ତାରିଖ ଯାଏଁ ବନ୍ଦ କରାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories