www.samajalive.in
Tuesday, December 9, 2025
16.1 C
Bhubaneswar

ପାଟନାରେ ପ୍ରାଣଘାତୀ ପାଲଟିଲା ବିବାହ ସମାରୋହ; ୨ଦିନ ପରେ ବର ମୃତ , ୯୫ ଅତିଥି କରୋନା ପଜିଟିଭ

ପାଟନା : କରୋନା ମହାମାରୀ ଠାରୁ ନିଜକୁ ସୁରକ୍ଷିତ ଓ ସତର୍କ ରହିବା ପାଇଁ ବହୁ ନିୟମାବଳୀ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଲୋକେ ବାରମ୍ବାର ଏହାକୁ ଉଲ୍ଲଂଙ୍ଘନ କରୁଛନ୍ତି। ବିବାହ ସମାରୋହ ପାଇଁ ୫୦ ରୁ ଅଧିକ  ଲୋକଙ୍କୁ ନିମନ୍ତ୍ରଣ ନ କରିବା ପାଇଁ  ପାଇଁ ନିୟମ ଲାଗୁ ହୋଇଥିଲେ ମଧ୍ୟ ଲୋକେ ଏହାକୁ ମାନୁ ନାହାନ୍ତି। ଏଭଳି ଏକ ଘଟଣା ବିହାରର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି।
ପାଟନାରେ ବିବାହରେ ଯୋଗ ଦେବା ପରେ ସୋମବାର ଏକାସହ ୯୫ ଲୋକେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ବରର ମୃତ୍ୟୁ ହୋଇଛି। ଏହି ଘଟଣାଟି ପାଟନା ଠାରୁ ୫୦ କିଲୋମିଟର ଦୂର ପାଲୀଗଞ୍ଜ ଅଂଚଳର ଘଟିଛି। ଏଠାରେ ଜୁନ ୧୫ରେ ଏକ ବିବାହ ସମାରୋହରେ ସାମିଲ ହୋଇ ୯୫ ଜଣ ଅତିଥି ସଂକ୍ରମିତ ହୋଇଥିଲେ।
ସୂଚନା ଅନୁଯାୟୀ, ୩୦ ବର୍ଷିୟ ଜଣେ ଯୁବକ ଗୁଡ଼ଗାଁଓରେ ଚାକିରି କରିଥିବା ବେଳେ ବିବାହ ପାଇଁ ୧୨ ମେରେ ପଟଣା ନିଜ ଗାଁ ଡ଼ୀହପାଲୀ ଆସିଥିଲେ। ସେହି ସମୟରେ ତାଙ୍କ ମଧ୍ୟରେ କରୋନାର ଲକ୍ଷଣ ଦେଖାଦେଇଥିଲା। ମାତ୍ର ସେହି ସମୟରେ ତାଙ୍କର ସଠିକ ଚିକିତ୍ସା କରିବା ପରିବର୍ତେ ବିବାହ କରାଇଦେଇଥିଲେ।
ବିବାହର ଦୁଇ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବା ଦେଖାଦେଇଥିଲା। ତାଙ୍କୁ ପାଟନାର ଏକ ହସ୍ପିଟାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଗଲା।
ଏହି ଘଟଣା ବିଷୟରେ ଜିଲାପ୍ରଶାସନ ଜାଣିବା ପରେ ବିବାହରେ ଯୋଗ ଦେଇଥିବା ଅତିଥିଙ୍କର କରୋନା ପରୀକ୍ଷା କରାଯାଇଥିଲା। ଯାଂଚ ହେବା ପରେ ପ୍ରଥମେ ୧୫ ଜଣଙ୍କର ଓ ସୋମବାର ୮୦ ଜଣଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା। କରୋନା ଯାଂଚ କରାଯିବା ପରେ କନ୍ୟାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ସମୟରେ ସୁରକ୍ଷିତ ଓ ସତର୍କ ରହିବାର ନିୟମ ଅନୁଯାୟୀ ବିବାହ ସମାରୋହରେ ୫୦ଜଣଙ୍କୁ ନିମନ୍ତ୍ରଣ କରାଯିବାର ନିୟମ ହୋଇଥିଲେ ମଧ୍ୟ ଏହାକୁ ଅଣଦେଖା କରି ବିବାହରେ ଗାଁର ବହୁ ଲୋକେ ଆସିଥିଲେ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories