www.samajalive.in
Monday, December 8, 2025
20.1 C
Bhubaneswar

ହସ୍ପିଟାଲରେ ରହିଲେଣି ୩୫ ଦିନ କିନ୍ତୁ ରିପୋର୍ଟ ପଜିଟିଭ ନୁହେଁ କି ନେଗେଟିଭ ନୁହେଁ

ନୂଆଦିଲ୍ଲୀ ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିଛି କରୋନା ଆକ୍ରାନ୍ତ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ନମୁନା ବାରମ୍ବାର ପରୀକ୍ଷା କରାଯାଉଥିଲେ ମଧ୍ୟ ରିପୋର୍ଟରେ କିଛି ବି ଆସୁନି ଅର୍ଥାତ ନେଗେଟିଭ ଆସୁନି କି ପଜିଟିଭ ଆସୁନି। ଫଳରେ ସେମାନଙ୍କୁ ଯିବାକୁ ଦିଆଯାଉ ନାହିଁ। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ପର୍ଯ୍ୟନ୍ତ ରିପୋର୍ଟ ନେଗେଟିଭ ନ ଆସିଛି ସେ ପର୍ଯ୍ୟନ୍ତ ସେମାନଙ୍କୁ ଛଡ଼ାଯିବ ନାହିଁ।

ସେଠାରେ ଗତ ମାସ ୨୧ରୁ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା କେ. ବିଜୟଙ୍କ ଅଭିଯୋଗ ଅନୁଯାୟୀ ଡାକ୍ତରଖାନା ଏ ପର୍ଯ୍ୟନ୍ତ ତାଙ୍କଠାରୁ ୭ ଥର ନମୁନା ପରୀକ୍ଷା ପାଇଁ ନେଇଥିବା ବେଳେ ପ୍ରଥମ ଦୁଇଥର ରିପୋର୍ଟ ପଜିଟିଭ ଆସିଥିଲା କିନ୍ତୁ ଅନ୍ୟ ୫ ଥର ରିପୋର୍ଟରେ କିଛି ବି ଦର୍ଶାଯାଇ ନାହିଁ। ସେହି ୫ଟି ରିପୋର୍ଟ ଅନୁଯାୟୀ ତାଙ୍କ ନମୁନା ପରୀକ୍ଷା ଫଳ ନେଗେଟିଭ ନୁହେଁ କି ପଜିଟିଭ ମଧ୍ୟ ନୁହେଁ।

- Advertisement -

ଏ ନେଇ କିଛି ସଂକ୍ରମିତ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଠାରୁ ନମୁନା ସଂଗ୍ରହ ପରେ ସେଗୁଡିକୁ ତୁରନ୍ତ ଲାବକୁ ପଠା ଯାଉନାହିଁ। ତେବେ ସେଠାରେ କାର୍ଯ୍ୟରତ ଜଣେ ଡାକ୍ତର କହିଛନ୍ତି ଯେ ସଂକ୍ରମଣ ମାତ୍ର ଅଧିକ ଥିବାରୁ ରିପୋର୍ଟ ସେଭଳି ଆସୁଛି ତେଣୁ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ ହସପିଟାଲରୁ ଛଡ଼ାଯିବ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories