www.samajalive.in
Wednesday, December 10, 2025
18.1 C
Bhubaneswar

ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡରେ ବଢ଼ିଲା ଲକ୍ ଡ଼ାଉନ ଅବଧି; ୩୧ ଜୁଲାଇଯାଏ କଟକଣା ବଳବତ୍ତର

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ନିଜ ଅନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସରକାର ଜୁଲାଇ ୩୧ ତାରିଖ ଯାଏ ରାଜ୍ୟରେ ଲକ୍ଡ଼ାଉନ ଅବଧି ବୃଦ୍ଧି କରିଛନ୍ତି ।  ଆସାମ ସରକାର ମଧ୍ୟ ଜୁଲାି ୩୧ ତାରିଖ ଯାଏ ଲକ୍ଡ଼ାଉନ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ଅନ୍ୟପକ୍ଷରେ ଦିଲ୍ଲୀରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆ ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ ରାଜ୍ୟରେ ଜୁଲାଇ ୩୧ ତାରିଖ ଯାଏ ଲକ୍ଡ଼ାଉନ ବୃଦ୍ଧି ଘୋଷଣା କରିଛନ୍ତି । ତେବେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲକ୍ଡ଼ାଉନ କୋହଳ କରାଯିବ । ତେବେ ମେଟ୍ରୋ ଚଳାଚଳ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ୧ ଜୁଲାଇରୁ ମେଟ୍ରୋ ଟ୍ରେନ ଚଳାଚଳ କରାଯିବା ଉପରେ ବିଚାରବିମର୍ଷ କରାଯାଉଛି ଓ ବସିବା ସିଟ୍ ଅନୁସାରେ ଯାତ୍ରୀଙ୍କ ଯାତାୟତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

- Advertisement -

ପଶ୍ଚିମବଙ୍ଗରେ ଜୁନ୍ ୩୦ ତାରିଖରେ ଲକ୍ଡ଼ାଉନ ଶେଷ ହେବାର ଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ସଚିବାଳୟସ୍ଥିତ ସଭାଘରରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକ କରିବା ପରେ ୩୧ ଜୁଲାଇ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ରାଜ୍ୟରେ ସମସ୍ତ ଲୋକାଲ ଟ୍ରେନ୍ ଓ ମେଟ୍ରୋ ସେବା ବନ୍ଦ ରହିବ । ଏହାବ୍ୟତୀତ ସ୍କୁଲ କଲେଜ ସହ ଅନ୍ୟାନ୍ୟ ଶୈକ୍ଷିକ ସଂସ୍ଥାକୁ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories