ଭୁବୁନେଶ୍ୱର : ଓଡ଼ିଶାରେ କରୋନା ପାଇଁ ଲକଡ଼ାଉନ ଓ ସଟଡ଼ାଉନ ନିୟମ ପାଳନ କରାଯାଉଥିବା ବେଳେ ଏହି ସଂକ୍ରମଣରୁ ରକ୍ଷା ପାଇବାକୁ ସଭିଁଙ୍କୁ ସାମାଜିକ ଦୂରତା ପାଳନ ସହ ମାସ୍ମ ପିନ୍ଧିବା ହାତ ଧୋଇବାକୁ କୁହାଯାଉଛି। କରୋନା ପରିଚାଳନାରେ ବିଭ୍ରାଟ ଅଭିଯୋଗରେ ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନରେ କଂଗ୍ରେସ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ଏହି ସମୟରେ ସାମାଜିକ ଦୂରତା କଟକଣା ଉଲ୍ଲଂଙ୍ଘନ ପାଇଁ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫ ଶହ ଟଙ୍କା ତଣ୍ଡ ଗଣିବାକୁ ପଡ଼ିଛି। ନିରଞ୍ଜନଙ୍କ ସମେତ ଅନ୍ୟ ୭ ଜଣ ନେତାଙ୍କୁ ମଧ୍ୟ ପୁଲିସ ଜରିମାନା କରିଥିବା ନେଇ ଜଣାପଡ଼ିଛି। କଂଗ୍ରେସ ସମେତ ୧୩ଟି ରାଜନୈତିକ ଦଳ ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିଲେ।
ମାନିଲେନି ସାମାଜିକ ଦୂରତା, ପିସିସି ସଭାପତିଙ୍କ ସମେତ ୭ ଜଣଙ୍କୁ ୫ ଶହ ଟଙ୍କା ଲେଖାଏଁ ଜରିମାନା
Popular Categories



