www.samajalive.in
Monday, December 8, 2025
17.1 C
Bhubaneswar

ଅଙ୍ଗନୱାଡ଼ି କେନ୍ଦ୍ରରେ ଆରମ୍ଭ ହେବ ପୁଷ୍ଟିକର ବଗିଚା, ମନରେଗା ଯୋଜନାରେ ଅର୍ଥ ବ୍ୟୟ କରିବ ଜିଲା ଉଦ୍ୟାନ କୃଷି ବିଭାଗ

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ସ୍ଥିତିରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଚଳିତ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ଗର୍ଭବତୀ, ପ୍ରସୂତୀ ମହିଳା ଏବଂ ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ଶୁଖିଲା ରାସନ୍‌, ଛତୁଆ, ଲଡୁ, ଚିକି ଓ ଅଣ୍ଡା ଆଦି ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଉଛି। ସମସ୍ତ ପ୍ରବାସୀ ଗର୍ଭବତୀ, ପ୍ରସୂତୀ ମହିଳା ଏବଂ ୬ ବର୍ଷରୁ କମ୍‌ ଶିଶୁମାନଙ୍କୁ ମଧ୍ୟ ସମନ୍ୱିତ ଶିଶୁ ବିକାଶ ଯୋଜନାର ହିତାଧିକାରୀ ଭାବେ ସାମିଲ କରାଯାଇଛି। ତେବେ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନକୁ ଆହୁରି ବ୍ୟାପକ କରିବା ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଚଳିତ ବର୍ଷା ଋତୁରେ ନ୍ୟୁଟ୍ରି ଗାର୍ଡେନ୍‌ (ପୁଷ୍ଟିକର ବଗିଚା) ଆରମ୍ଭ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ କୋଠା ଅଛି ସେଠାରେ କେନ୍ଦ୍ର ଚାରିପଟେ ଥିବା ସ୍ଥାନକୁ ବାଡ଼ ଘେରାଇବା ସହ ବଗିଚା କାମ ଆରମ୍ଭ କରାଯିବ। ଯେଉଁଠାରେ ଅଙ୍ଗନବାଡ଼ି କେନ୍ଦ୍ରର ପ୍ରାଚୀର ନାହିଁ ସେଠାରେ ସବୁଜ ବାଡ଼ ତିଆରି କରି ବଗିଚା କାମ ଆରମ୍ଭ କରାଯିବ। ମୌସୁମୀର ଆରମ୍ଭରୁ ଏହିସବୁ ପୁଷ୍ଟିକର ବଗିଚାରେ ଅମୃତଭଣ୍ଡା, କଦଳୀ, ସଜନା ଗଛ ଏବଂ ପନିପରିବା ଚାରା ଲଗାଯିବ ଯେଉଁଠାରେ ଅଧିକ ଯାଗା ଥିବ ସେଠାରେ ଫଳବଗିଚା କରି ପିଜୁଳି ଆଦି ଗଛ ଲଗାଯିବ। ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଦ୍ୱାରା ମନରେଗା ଯୋଜନାରେ ଅର୍ଥ ବ୍ୟୟ କରି ଏହି କାର୍ଯ୍ୟ ଆରମ୍ଭ କରାଯିବ। ପୂର୍ବ ନିଷ୍ପତ୍ତି ଅନୁସାରେ ତ୍ୱରିତ ପଦକ୍ଷେପ ନେଇ ଏହି ବଗିଚା କାର୍ଯ୍ୟକୁ ସୁନିଶ୍ଚିତ କରିବା ନିମନ୍ତେ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ପତ୍ର ଲେଖିଛନ୍ତି। ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ଏହି ଅନୁଷ୍ଠାନଗୁଡ଼ିକରେ ମଧ୍ୟ ପୁଷ୍ଟିକର ବଗିଚା ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ସେହିଭଳି
ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଥିବା ଗୁରୁତର ପୁଷ୍ଟିହୀନ ଶିଶୁ (ସାମ୍‌) ଏବଂ ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁମାନଙ୍କ (ମାମ୍‌) ପୁଷ୍ଟିସାଧନକୁ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ଜିଲା ଅଧିକାରୀମାନଙ୍କୁ କୁହାଯାଇଛି।
ଇତି ମଧ୍ୟରେ ଓଡ଼ିଶା ଜୀବିକା ମିଶନ ସହାୟତାରେ ରାୟଗଡ଼ା ଜିଲ୍ଲାରେ ବାଡ଼ି ଅଗଣାରେ କୁକୁଡ଼ା ପାଳନ ସହ ପୁଷ୍ଟିକର ବ ଗିଚାରୁ ସାମ୍‌ ଓ ମାମ୍‌ ପିଲାମାନ ଙ୍କୁ ଅତିରକ୍ତି ପୁଷ୍ଟିସାଧନ ଯୋଗାଇ ଦିଆଯାଉଛି। ଜିଲ୍ଲାର ୯୪୧ଟି ଅଙ୍ଗନବାଡ଼ି କେନ୍ଦ୍ରରେ ନ୍ୟୁଟ୍ରି ଗାର୍ଡେନ୍‌ ହୋଇସାରିଛି। ସମନ୍ୱିତ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ଖାଦ୍ୟ ସାମଗ୍ରୀ ସହ ଅତିରିକ୍ତ ଏକ ପରିବା ତରକାରି ରନ୍ଧାଖାଦ୍ୟ ଭାବେ ପିଲାମାନଙ୍କୁ ଯୋଗାଇ ଦିଆଯାଉଛି। ତେଣୁ ଜିଲ୍ଲାପାଳମାନେ ତ୍ୱରିତ ପଦକ୍ଷେପ
ନେଇ ପ୍ରତ୍ୟେକ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଏହି ପୁଷ୍ଟିକର ବଗିଚା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories