www.samajalive.in
Monday, December 8, 2025
17.1 C
Bhubaneswar

ଗୁଜରାଟ, ମହାରାଷ୍ଟ୍ର ଓ ତେଲଙ୍ଗନାରେ କରୋନା ଅନୁଧ୍ୟାନ ଲାଗି ଯିବ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ : କୋଭିଡ୍‍-୧୯ ପରିଚାଳନାର ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ କେନ୍ଦ୍ରୀୟ ଟିମ୍‍ ଆସନ୍ତାକାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର ଓ ତେଲଙ୍ଗନା ଗସ୍ତରେ ଯିବେ। ଏହି ୩ ରାଜ୍ୟରେ କରୋନା ସଂକ୍ରମଣର ଅଧିକ ପ୍ରଭାବ ରହିଛି।
ଏହି ଟିମ୍‍ ସେଠାରେ କୋଭିଡ୍‍-୧୯ ପରିଚାଳନାର ତଦାରଖ କରିବେ ଓ ରାଜ୍ୟ ସରକାରୀ ଅଫିସରମାନଙ୍କ ସହ କଥାବାର୍ତ୍ତା କରିବେ। ଭାରତରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩.୩୯ ଥିବା ବେଳେ ବିଶ୍ୱରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ସଂକ୍ରମିତମାନଙ୍କ ସଂଖ୍ୟା ୧୨୦ ରହିଛି।

ଅନ୍ୟପକ୍ଷରେ ମନ୍ତ୍ରଣାଳୟ କହିଛି, ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱର ଅନ୍ୟାନ୍ୟ ଦେଶର କରୋନା ମୃତ୍ୟୁ ସଂଖ୍ୟା ତୁଳନାରେ ଯଥେଷ୍ଟ କମ୍‍ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories