www.samajalive.in
Wednesday, December 10, 2025
18.1 C
Bhubaneswar

ବିହାରରେ ପ୍ରଳୟ : ଝଡ ବର୍ଷା ଓ ବଜ୍ରପାତରେ ୮୩ ଜଣଙ୍କର ମୃତ୍ୟୁ

ପାଟଣା : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ଝଡ ବର୍ଷା ଏବଂ ବଜ୍ରପାତରେ ଏପର୍ଯ୍ୟନ୍ତ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି। ଗୋପାଳଗଞ୍ଜରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ମଧୁବନୀରେ, ପୂର୍ବ ଚମ୍ପାରଣ, ବେତିୟା ଏବଂ ପଶ୍ଚିମ ଚମ୍ପାରଣରେ ୨ଜଣ ଲେଖାଏଁ, ପୁର୍ଣ୍ଣିଆ ଏବଂ ବାଙ୍କାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି।


ଏହା ବ୍ୟତୀତ ୧୨ଜଣ ଲୋକ ବଜ୍ରପାତରେ ଜଳି ଯାଇଥିବାର ଜଣା ପଡିଛି। ଗୋପାଳଗଞ୍ଜରେ ଗୁରୁବାର ସକାଳଠାରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି ଓ ବଜ୍ରପାତ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଉଚକା ଗାଁରେ ବଜ୍ରପାତରେ ୪ ଜଣ, ମାଝାରେ ଦୁଇ ଜଣ ଏବଂ ବିଜୟୀପୁର, କାଟେୟା ଏବଂ ବାରୁଲିରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରାଣ ହରାଇଥିବା ଅଧିକାଂଶ ଲୋକ ବିଲରେ ଧାନ ରୋଉଥିଲେ।

- Advertisement -

ବାରୌଲି ଏବଂ ମାଝାରେ ବଜ୍ରପାତରେ ଆହତ ହୋଇଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ପୋଷ୍ଟମର୍ଟମ ପାଇଁ ଅନ୍ୟ ସମସ୍ତ ମୃତଦେହ ପଠାଇଛି। ଅନ୍ୟପକ୍ଷରେ ଉତ୍ତର ବିହାରରେ ମଧ୍ୟ ବଜ୍ରପାତ ଯୋଗୁଁ ୪ଜଣଙ୍କର ମୃତ୍ୟୁ ଘଟିଛି। ପୂର୍ବ ଚମ୍ପାରଣରେ ବଜ୍ରପାତ ଯୋଗୁଁ ଜଣେ ନାବାଳିକାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପଶ୍ଚିମ ଚମ୍ପାରାଣର ଶିକାରପୁର ବିଷ୍ଣୁପୁରବା ଏବଂ ମାଲଦାରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମଧୁବାନୀର ଘେଗରାଡିହାରେ ବଜ୍ରପାତ ହେତୁ ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ବେତିଆ ଜିଲ୍ଲାର ଶିକରପୁର ଥାନାର ଭାସୁରାରୀ ପଞ୍ଚାୟତରେ ବିଦ୍ୟୁତ ତାର ସଂଷ୍ପର୍ଶରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶକୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories