www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରେନରେ ପୁତ୍ର ସନ୍ତାନ ଜନ୍ମ

ଜଟଣୀ: ସିକନ୍ଦରାବାଦ-ହାୱଡ଼ା ସ୍ପେଶାଲ ଟ୍ରେନରେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନଠାରେ ଜଣେ ମହିଳା ରେଳଯାତ୍ରୀ ବୁଧବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି। ସାଇରା ଫତିମା(୩୨) ଆଜି ସିକନ୍ଦରବାଦରୁ ହାୱଡ଼ା ଯାତ୍ରା କରୁଥିଲେ। ଦିନ ସାଢ଼େ ୧୧ଟାରେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ ଟ୍ରେନ୍ ଠିଆ ହୋଇଥିବା ବେଳେ ସେ ଗର୍ଭ ବେଦନା ଅନୁଭବ କରିଥିଲେ। ରେଳଯାତ୍ରୀଙ୍କ ପକ୍ଷରୁ ଏ ସମ୍ପର୍କରେ ଷ୍ଟେସନ ମ୍ୟାନେଜରଙ୍କୁ ସୂଚନା ଦିଆଯାଇଥିଲା। ଷ୍ଟେସନ ମ୍ୟାନେଜର ରବିନ୍ଦ୍ର କୁମାର ମଲ୍ଲିକ ରେଳବାଇ ହସ୍ପିଟାଲକୁ ଖବର ଦେଇଥିଲେ। ଇତ୍ୟବସରରେ ବଗି ଭିତରେ ଥିବା ଅନ୍ୟ ମହିଳାଙ୍କ ସହାୟତା ନିଆଯାଇଥିଲା। ରେଳବାଇ ଡ଼ାକ୍ତର ଏବଂ ନର୍ସ ଆସି ପହଞ୍ଚି ଯାଇଥିଲେ। କୋଚ୍ ନଂ ଏସ-୭ରେ ସମ୍ପୃକ୍ତ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିଛି ସମୟ ପାଇଁ ଟ୍ରେନ୍ ଅଟକି ରହିଥିଲା। ରେଳବାଇର ଆମ୍ବୁଲାନ୍ସ ଯୋଗେ ପ୍ରସୂତି ମହିଳାଙ୍କୁ ଜଟଣୀ ଅର୍ବାନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ମା’ ଏବଂ ନବଜାତକ ଶିଶୁ ପୁତ୍ର ଉଭୟ ସୁସ୍ଥ ରହିଥିବା ପ୍ରକାଶ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories