www.samajalive.in
Wednesday, December 10, 2025
18.1 C
Bhubaneswar

ମୁଣ୍ଡ ବିନ୍ଧା ଦୂର ସହ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଧନିଆ ପତ୍ର

ଧନିଆ ଖାଦ୍ୟରେ ସ୍ୱାଦ ବଢାଇବା ସହ ପେଟ ଯନ୍ତ୍ରଣା,ମୁଣ୍ଡ ବିନ୍ଧା ଭଳି ବିଭିନ୍ନ ସମସ୍ୟା ଦୂର କରିଥାଏ। । ଧନିଆ ମଞ୍ଜି ଠାରୁ ଧନିଆ ପତ୍ରକୁ ଭିନ୍ନ ଭିନ୍ନ ପ୍ରକାରେ ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଇଥାଏ। ସ୍ୱାସ୍ଥ୍ୟ ପାଇଁ ଧନିଆ ପତ୍ରର ବେଶ ଉପକାରୀ ଗୁଣ ରହିଛି। ଜାଣନ୍ତୁ ……
ମୁଣ୍ଡ ବିନ୍ଧାରୁ ମୁକ୍ତି –
ଧନିଆର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ଧନିଆର ଔଷଧୀୟ ଗୁଣ –
କାଶ ଓ ଥଣ୍ଡା ପାଇଁ ଧନିଆକୁ ଉଷୁମ ପାଣିରେ ପକାଇ ଏହାକୁ ଛାଣନ୍ତୁ। ଛାଣିବା ପରେ ଏଥିରେ ମିଶ୍ରି ସାମାନ୍ୟ ହଳଦୀ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏହାକୁ ପିଅନ୍ତୁ। ଏପରି କରିବା ଫଳରେ ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
ଚା’ପ୍ରସ୍ତୁତ କରିବା ସମୟରେ ମଧ୍ୟ ଧନିଆକୁ ପକାଇ ଏହାକୁ ପିଇ ପାରିପାରିବେ।
ଥଣ୍ଡାରୁ ଦୂରରେ ରଖେ –
ନିୟମିତ ଅଳ୍ପ ଧନିଆ ଚୋବାଇ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ବେଳେ ବେଳେ ହଠାତ ନାକରୁ ରକ୍ତ ବାହାରିଥାଏ। ଧନିଆର ରସ ପକାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ପାଚନରେ ସହାୟକ –
ଧନିଆ ଗୁଣ୍ଡ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ପେଟରୁ କୃମି ଦୂର କରେ –
ଧନିଆ ଖାଇବା ଦ୍ୱାରା ପେଟରେ କୃମି ହୋଇନଥାଏ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories