www.samajalive.in
Friday, December 5, 2025
23.1 C
Bhubaneswar

ଭାରତ-ଚୀନ ବିବାଦ: ମଧ୍ୟସ୍ଥ ହୋଇପାରେ ରୁଷ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ୩ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ମସ୍କୋରେ ଆୟୋଜିତ ହେଉଥିବା ବିଜୟ ଦିବସ ପରେଡରେ ରାଜନାଥ ଅଂଶଗ୍ରହଣ କରିବେ। ୨ୟ ବିଶ୍ଵଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏଟ ରୁଷର ବିଜୟର ୭୫ତମ ବର୍ଷ ଉପଲକ୍ଷେ ଏହି ପରେଡ୍‌ ଅନୁଷ୍ଠିତ ହେଉଛି। ଏହା ସହିତ ରାଜନାଥ ଭାରତ-ରୁଷର ପ୍ରତିରକ୍ଷା ଏବଂ ରଣନୀତିକ ଭାଗିଦାରିକୁ ଆହୁରି ମଜଭୁତ କରିବା ଲାଗି ଆଲୋଚନା ମଧ୍ୟ କରିବେ। ସେହିପରି ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ରାଜନାଥଙ୍କ ରୁଷ ଗସ୍ତର ବେଶ୍‌ ଗୁରୁତ୍ଵ ରହିଛି। ସୀମା ବିବାଦ ପ୍ରସଙ୍ଗରେ ରୁଷ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥ ଭୂମିକା ଗ୍ରହଣ କରିବା ଲାଗି ମଧ୍ୟ ଉଦ୍ୟମ ଚଳାଇଛି।

ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ୍‌ ଜୁନ୍‌ ୨୩ରେ ରୁଷ-ଭାରତ-ଚୀନ(ଆରଆଇସି) ତ୍ରିପାକ୍ଷିକ ବିଦେଶ ମନ୍ତ୍ରୀ ଆଲୋଚନାରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ବଢୁଥିବାରୁ ମସ୍କୋ ମଧ୍ୟସ୍ଥତା କରିବା ଲାଗି ଉଦ୍ୟମ କରୁଥିବା ଜଣାପଡ଼ିଛି। ଗତ କିଛି ସପ୍ତାହ ହେବ ମସ୍କୋ ନୂଆଦିଲ୍ଲୀ ସହିତ ଆଲୋଚନା ଜାରି ରଖିଛି। କିଛି ବର୍ଷ ହେବ ଚୀନ ସହିତ ରୁଷର ସମ୍ପର୍କରେ ମଧ୍ୟ ସୁଧାର ଆସିଛି। କାରଣ ଆମେରିକାର ପ୍ରତିବନ୍ଧକ ପରେ ଚୀନ ରୁଷ ସହିତ ବାଣିଜ୍ୟିକ କାରବାର ବୃଦ୍ଧି କରିଆସୁଛି। ଅନ୍ୟପଟେ ମସ୍କୋ ଏବଂ ନୂଆଦିଲ୍ଲୀ ମଧ୍ୟରେ ଦୃଢ଼ ଦ୍ବିପାକ୍ଷିକ ସମ୍ପର୍କ ରହିଥିବା ଇତିହାସ କହୁଛି। ୨୦୧୭ରେ ଡୋକଲାମ ବିବାଦ ସମୟରେ ବେଜିଂରେ ରୁଷ ରାଷ୍ଟ୍ରଦୂତମାନଙ୍କୁ ଚୀନ ସରକାର ଦ୍ବାରା ଏହି ପ୍ରସଙ୍ଗ ଉପରେ ତଥ୍ୟ ଦିଆଯାଇଥିଲା। ଏବେ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ସୈନିକମାନଙ୍କ ମଧ୍ୟରେ ଘଟିଥିବା ହିଂସାର ଦୁଇଦିନ ପରେ ରୁଷରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡି. ବାଲା, ଭେଙ୍କଟେଶ ବର୍ମା ଏବଂ ରୁଷର ଉପବିଦେଶ ମନ୍ତ୍ରୀ ଇଗୋର ମୋର୍ଗୁଲୋବଙ୍କ ମଧ୍ୟରେ ଫୋନ ଜରିଆରେ ଆଲୋଚନା ହୋଇଥିଲା। ଏଥିରେ ଉପବିଦେଶ ମନ୍ତ୍ରୀଙ୍କୁ ଭାରତ-ଚୀନ ବିବାଦ ନେଇ ତଥ୍ୟ ପ୍ରଦାନ କରାଯାଇଥିଲା। ଭାରତର ଜଣେ କଲୋନେଲ ପାହ୍ୟାର ଅଧିକାରୀଙ୍କ ସମେତ ୨୦ ଯବାନ ଏଥିରେ ଶହୀଦ ହୋଇଥିବା ନେଇ ମଧ୍ୟ କୁହାଯାଇଥିଲା। ଏହା ରୁଷ ବିଦେଶ ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଥିଲା ଯେ, ଭାରତର ଦୁଇ ଅଧିକାରୀ ଆଞ୍ଚଳିକ ସୁରକ୍ଷା ଉପରେ ଆଲେଚାନ କରିବା ସହିତ ହିମାଳୟରେ ଭାରତ ଏବଂ ଚୀନ ସୀମାରେ ଏଲଏସିରେ ବିକାଶକୁ ନେଇ କଥା ହୋଇଛନ୍ତି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories