www.samajalive.in
Wednesday, December 10, 2025
18.1 C
Bhubaneswar

କଂଗ୍ରେସର ପ୍ରଶ୍ନ: ଶ୍ରମିକଙ୍କ ଦୁଃଖ ବେଳେ କୁଆଡ଼େ ଗଲେ ଶ୍ରମ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ  ମାସ୍କ ଓ ପିପିଇ କିଟ୍ ଅନିୟମିତା ଅଭିଯୋଗ ଆଣିଥିବା କଂଗ୍ରେସ ଏଥର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନିଶାଣ କରିଛି । ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଶ୍ରମିକଙ୍କ ଦୁଃଖ ବେଳେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି ।

ପ୍ରଦୀପ କହିଛନ୍ତି, ବର୍ତ୍ତମାନ କୋରୋନା ସଙ୍କଟ ଶ୍ରମିକଙ୍କ ମେରୁହାଡ଼ ଭାଙ୍ଗି ଦେଇଛି । ଦେଶ ଓ ରାଜ୍ୟ ଏକ ସଙ୍କଟମୟ ସ୍ଥିତି ଦେଇ ଗତି କରୁଛି । ମାତ୍ର ଏହି ସମୟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦେଖା ମିଳୁନାହିଁ ।  ଶ୍ରମ ମନ୍ତ୍ରୀ ଓ ଶ୍ରମ ବିଭାଗର ଅଫିସର ନିର୍ମାଣ ଶ୍ରମିକଙ୍କ ଟଙ୍କା ଲୁଟ କରିଥିବା ସେ ଅଭିଯୋଗ କରିଛନ୍ତି ।

- Advertisement -

ପ୍ରଦୀପ କହିଛନ୍ତି, ପାଖାପାଖି ସାରା ରାଜ୍ୟରେ ୩ ଶହ କୋଟି ଟଙ୍କା ଲୁଟ ହୋଇଛି । ସୁରକ୍ଷା କିଟ୍ ସହ ସୁରକ୍ଷା ଜୋତା କିଣାରେ ମଧ୍ୟ ଲୁଟ ହୋଇଛି । ୧୫ ଟଙ୍କାର ଚଷମାକୁ ୬୦ ଟଙ୍କାରେ କିଣାଯାଇଛି ।  ୧୦ ଟଙ୍କାର ହ୍ୟାଣ୍ଡ ଗ୍ଲୋବସକୁ ୯୦ ଟଙ୍କାରେ କିଣାଯାଇଛି । ୧୮୫ ଟଙ୍କାର ସୁରକ୍ଷା ଜୋତାକୁ ୪୧୩ ଟଙ୍କାରେ ରାଜ୍ୟ ସରକାର କିଣିଛନ୍ତି ।  ଅଢ଼େଇ ଟଙ୍କାର ମାସ୍କକୁ ୮୦ ଟଙ୍କାରେ  କିଣୁଛନ୍ତି ।  ସେହିପରି କାମ କରିବା ପାଇଁ କିଣା ଯାଇଥିବା ଉପକରଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି । ୧୩୦ ଟଙ୍କାର କ୍ୟାରିବ୍ୟାଗ କୀଟକୁ ୮୦୦ ଟଙ୍କାରେ କିଣାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସରକାର ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories