www.samajalive.in
Monday, December 8, 2025
20.1 C
Bhubaneswar

ରଥରେ ପାର୍ଶ୍ବ ଦେବଦେବୀ ବିଜେ

ପୁରୀ: ନିର୍ମାଣାଧୀନ ରଥରେ ବୁଧବାର ହଂସପଟା ଲଗାଯାଇଛି। ରଥ ଚତୁଃପାର୍ଶ୍ବରେ ପାର୍ଶ୍ବ ଦେବଦେବୀଙ୍କୁ ସ୍ଥାପନ କରାଯାଇଛି। ତାଳଧ୍ବଜ ରଥର ବାମପାର୍ଶ୍ବରେ କାର୍ତ୍ତିକେଶ୍ବର, ଗଜାନ୍ତକ ଶିବ, ଅଙ୍ଗଦ ସ୍କନ୍ଧାରୂଢ ଲକ୍ଷ୍ମଣ, ଦକ୍ଷିଣପାର୍ଶ୍ବରେ ବଳରାମ, ଗଣେଶ, ମହାଦେବ, ପଛପାର୍ଶ୍ବରେ ଅନନ୍ତବାସୁଦେବ, ଶ୍ରୀନୃସିଂହ ଏବଂ ପ୍ରଣମ୍ବାସୁର ବଧ ସହ ବଳରାମ ଏବଂ ସମ୍ମୁଖଭାଗ ନାଟଗୋଡ ଦୁଇପାର୍ଶ୍ବରେ ନନ୍ଦ ଓ ସୁନନ୍ଦ ସ୍ଥାନ ପାଇଛନ୍ତି। ନନ୍ଦିଘୋଷ ରଥର ଦକ୍ଷିଣପାର୍ଶ୍ବରେ ହରିହର, ହନୁମାନ ସ୍କନ୍ଧାରୂଢ ଶ୍ରୀରାମ, ମଧୁସୂଦନ, ବାମପାର୍ଶ୍ବରେ ନାରାୟଣ, ଚିନ୍ତାମଣି କୃଷ୍ଣ ଏବଂ ପଞ୍ଚମୁଖୀ ହନୁମାନଙ୍କୁ ରଖାଯାଇଛି। ପଛପାର୍ଶ୍ବରେ ଗିରିଧାରୀ, ବିଦରଣ ନୃସିଂହ, ରାବଣ ଛତ୍ରଭଙ୍ଗ ଏବଂ ଶ୍ରୀଜୀଉଙ୍କ ସମ୍ମୁଖଭାଗ ନାଟଗୋଡ ଦୁଇପାର୍ଶ୍ବରେ ଜୟ ଓ ବିଜୟ ରହିଥିବା ଦେଖିବାକୁ ମିଳିଛି।

ଦେବଦଳନ ରଥ ଦକ୍ଷିଣପାର୍ଶ୍ବରେ ରାମଚଣ୍ଡୀ ବା ବନଦୁର୍ଗା, ହରଚଣ୍ଡୀ ବା ମହିଷାମର୍ଦିନୀ ଏବଂ ବିମଳା, ବାମପାର୍ଶ୍ବରେ ଚାମୁଣ୍ଡା, ମଙ୍ଗଳା ଏବଂ ବରାହୀ, ପଛପାର୍ଶ୍ବରେ ଯୋଗମାୟା, ଜୟଦୁର୍ଗା ଏବଂ କାତ୍ୟାୟନୀ ବା ଅନ୍ନପୂର୍ଣ୍ଣା ଏବଂ ରଥଉପର ନାଟଗୋଡ ଦୁଇପାର୍ଶ୍ବରେ ଗଙ୍ଗା ଓ ଯମୁନାଙ୍କ ମୂର୍ତ୍ତି ରହିଛି। ଏହାଛଡା ଶିଖରଡମ୍ବରୁ ଲଗାଯାଇଥିବା ଜଣାପଡିଛି। କଳସ, ଅଁଳା ଏବଂ ଓଲଟ ସୁଆ ଲଗାଯିବା ଶେଷ ହୋଇଛି। ତିନିରଥରେ ୩୩ ପାର୍ଶ୍ବ ଦେବଦେବୀଙ୍କୁ ସ୍ଥାପନ କରାଯାଇଛି। ଚିତ୍ରକର ସେବକଙ୍କ ଦ୍ବାରା ହଂସପଟା, କନ୍ୟାପଟା, ଶିଖରଡମ୍ବରୁ, ସଖୀ, ପାର୍ଶ୍ବମୂର୍ତ୍ତି, ଦୁଆରବେଢା, ନାଟଗୋଡ, କଳସ, ଓଲଟ ସୁଆ, ଅଁଳାବେଢା, ଚାରିନାହାକା, ମୁହାଣ୍ଟ, ଠେକରାବାଡ, ସାରଥୀ ଏବଂ ଅଶ୍ବ ମାନଙ୍କୁ ରଙ୍ଗ କରାଯାଇଛି। ରୂପକାର ସେବକ ରଥର ବିଭିନ୍ନ ଅଂଶରେ ଖୋଦେଇ କାର୍ୟ୍ୟ କରିଛନ୍ତି। ଦରଜି ସେବକଙ୍କ ଦ୍ବାରା କନାରେ ରଥଘେର, ଚନ୍ଦ୍ରଶାଳୀ, ଲେସ, କନକମୁଣ୍ଡି ଚାନ୍ଦୁଆ ପ୍ରସ୍ତୁତ କରାଯାଉଛି। ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା କଣ୍ଟାକବ୍‌ଜା ପ୍ରସ୍ତୁତି ଶେଷ ହୋଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories