ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ଏହି ସଂଖ୍ୟା ୪ହଜାର ଅତିକ୍ରମ କରି ସାରିଛି। ଅନ୍ୟପକ୍ଷରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ୬୯୯ ଆକ୍ରାନ୍ତଙ୍କ ସହ ଗଞ୍ଜାମ ଜିଲ୍ଲା ଶୀର୍ଷରେ ଥିବା ବେଳେ ମୋଟ ୧୫ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ରହିଛି। ସେହିପରି ଏନଡିଆରଏଫ/ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀର ଶତାଧିକ ଯବାନ କରୋନା ଆକ୍ରାନ୍ତ ହୋଇଛନ୍ତି। ଯାହାଙ୍କୁ ରାଜ୍ୟ କରୋନା ସୂଚୀର ଅନ୍ୟାନ୍ୟ ତାଲିକାରେ ସାମିଲ କରାଯାଇଛି।
ରାଜ୍ୟରେ ବୁଧବାର ଆଉ ୧୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୪୫ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୩୦ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି। ୨୯୭୪ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ମୃତ୍ୟୁ ସଂଖ୍ୟା ୧୧ରେ ସିମୀତ ରହିଛି। ସେହିପରି ୧୩୫୦ ସକ୍ରିୟ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଜିଲ୍ଲା କରୋନା ଆକ୍ରାନ୍ତ ଅରୋଗ୍ୟ ସକ୍ରିୟ ମାମଲା ମୃତ୍ୟୁ ଅନ୍ୟାନ୍ୟ



