ଧାମରା : ଭଦ୍ରକ ଜିଲା ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ଗ୍ରାମର ଏକ ୫ ବର୍ଷର ଶିଶୁ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଦୁଷ୍କର୍ମ କରିଥିବା ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ଚରଦିଆ ଗ୍ରାମରେ ବାଚୁ ମହାଳିକ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଚରଦିଆ ଗ୍ରାମର ବାଚୁ ନିଜ ଘର ପାଖରେ ଥିବା ଏକ ୫ବର୍ଷର ଶିଶୁକୁ ପରଟା ଦେବ ବୋଲି କହି ନିଜ ଘରକୁ ଡାକି ନେଇଥିଲା। ଘରେ ପରଟା ଖାଇବାକୁ ଦେଇ ଉକ୍ତ ଶିଶୁକୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରି ସାରିବା ପରେ ସଂପୃକ୍ତ ଯୁବକ ନିଜ ଗ୍ରାମରୁ ଫେରାର ହୋଇଯାଇଥିଲା। ଉକ୍ତ ଶିଶୁଠାରୁ ଘଟଣା ସମ୍ପର୍କରେ ଜାଣିବାପରେ ପରିବାରଲୋକେ ବାଂଶଡା ଥାନାରେ ଏତଲା ଦେଇଥିଲେ ଏବଂ ନିକଟସ୍ଥ ଚାନ୍ଦବାଲି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ଖବର ଲେଖା ହେବା ବେଳକୁ ଶିଶୁଟିର ଅବସ୍ଥା ଗୁରୁତର ବୋଲି ଜାଣିବାକୁ ମିଳିଛି। ଏତଲା ପରେ ବାଂଶଡା ଥାନାଧିକାରୀ ସଂପୃକ୍ତ ଯୁବକର ମୋବାଇଲ ଟ୍ରାକିଂ କରି ଉକ୍ତ ଯୁବକକୁ ପଂଚୁଟିକ୍ରି ଗ୍ରାମରୁ ଗିରଫ କରି ଥାନାକୁ ଆଣିଥିଲେ। ଆଜି ଉକ୍ତ ଯୁବକକୁ ଡାକ୍ତରୀମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ବାଂଶଡା ଥାନାରେ ପୋକ୍ସ ଆକ୍ଟରେ ୩୭୬/୨୦ରେ ଏକ କେଶ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।



