www.samajalive.in
Monday, December 8, 2025
13.1 C
Bhubaneswar

ରଜ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା ୧୪୪ଧାରା

ଆରଡି : ରଜ ସଂକ୍ରନ୍ତି ପାଇଁ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଥାନ୍ତା ହଜାର ହଜାର ଭକ୍ତଙ୍କ ଭିଡ। ହେଲେ ମହାମାରୀ କରୋନା ପାଇଁ ଲକଡାଉନ ଜାରି କରାଯାଇଥିବାରୁ ଦୀର୍ଘ ୩ମାସ ଧରି ସମସ୍ତ ମନ୍ଦିର ବନ୍ଦ ରହିବା ଦ୍ୱାରା ସାଧାରଣ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିଛି। ଅନ୍ୟପଟେ ସୀମିତ ସେବାୟତ ମଣିବାବଙ୍କର ଦୈନଦିନ ନୀତିକାନ୍ତି ସୁଚାର ରୂପେ ସମ୍ପାଦନ କରୁଥିଲେ ମଧ୍ୟ ଭକ୍ତ ବିନା ଖାଁଖାଁ ହୋଇ ପଡିଛି ସମଗ୍ର ଆରଡିପୀଠ। ଏପରିକି ରଜ ସଂକ୍ରାନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଓ ମଙ୍ଗଳବାର ୨ଦିନ ଧରି ପୀଠରେ ୧୪୪ଧାରା ଜାରି ହୋଇଛି। ଫଳରେ ଭକ୍ତମାନେ ମନ୍ଦିର ନିକଟକୁ ନଆସି ଘରେ ରହି ମଣିବାବଙ୍କୁ ଭକ୍ତିପୃତ ଭାବେ ପୂଜା କରୁଥିବା ଭକ୍ତ ମିଟ ଜେନା, ନଟବର ନାୟକଙ୍କ ସହ ବହୁ ଭକ୍ତ ପ୍ରକାଶ କରିଛନ୍ତି। ଏପଟେ ରଜ ସଂର୍କାନ୍ତୀ ଅବସରରେ ମନ୍ଦିର ଦ୍ୱାର ଭୋର ୪ଟାରେ ଫିଟା ଯିବା ପରେ ମଙ୍ଗଲ ଆଳତୀ, ମହାସ୍ନାନ, ଘର୍ଷଣଲାଗି, କରାଯାଇ ରୀତିନୀତି ଅନୁଯାୟୀ ଚନ୍ଦନ, ଫୁଲ ବେଲପତ୍ର ଲାଗି କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯିବା ସହିତ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ଦୈନଦିନ ନୀତିକାନ୍ତି ଅନୁଯାୟୀ ସମସ୍ତ ନୀତିକାନ୍ତି ସହ ଅପରାହ୍ଣରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories