www.samajalive.in
Monday, December 8, 2025
13.1 C
Bhubaneswar

କୂଅରେ ଫସିଥିବା ବିଲେଇକୁ ଉଦ୍ଧାର ପାଇଁ ନିଜେ କୂଅରେ ଫସିଲେ ବୃଦ୍ଧ, ବୋହୂଙ୍କ ବୁଦ୍ଧି ଯୋଗୁଁ ହେଲେ ଉଦ୍ଧାର

ଚେନ୍ନାଇ : ପଶୁପକ୍ଷୀଙ୍କ ଜୀବନର ମୂଲ୍ୟକୁ ବୁଝୁନଥିବା ବହୁ ଲୋକଙ୍କୁ ଦେଖିଥିବେ। ମାତ୍ର ଏପରି ମଧ୍ୟ ଅନେକ ଲୋକେ ଅଛନ୍ତି ଯିଏ ପଶୁପକ୍ଷୀଙ୍କୁ ବଂଚାଇବାକୁ ଯାଇ ନିଜକୁ ମଧ୍ୟ ବିପଦରେ ପକାଇ ଦେଇଥାଆନ୍ତି। ଚେନ୍ନାଇରେ ଘଟିଥିବା ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛିି। ଜାଣନ୍ତୁ ଘଟଣାଟି……
କୂଅରେ ପଡ଼ିଥିବା ଏକ ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ବୃଦ୍ଧ ନିଜେ ସେହି କୂଅରେ ପଡ଼ିଯାଇଥିଲେ। ବୃଦ୍ଧ ବ୍ୟକ୍ତି ଜଣଙ୍କ ହେଲେ ପ୍ରଫେସର ପି ଏନ ଟାୟର। ତାଙ୍କ ବୟସ ପ୍ରାୟ ୮୩ ବର୍ଷ ହେବ। ଅଗ୍ନିଶମ କର୍ମଚାରୀ ବହୁ ପରିଶ୍ରମ ଓ ଚେଷ୍ଟା କରିବା ପରେ ତାଙ୍କୁ କୂଅରୁ ବାହାର କରିବାରେ ସକ୍ଷମ ହୋଇପାରିଥିଲେ। ପ୍ରଫେସର ପଶୁପକ୍ଷୀଙ୍କୁ ଖୁବ ଭଲ ପାଆନ୍ତି। ଏହି କାରଣରୁ କୂଅରେ ବିଲେଇଟି ପଡ଼ିଥିବା ଦେଖି ସେ ତାକୁ ବଂଚାଇବାକୁ ଦୀର୍ଘ ସମୟ ଧରି ପ୍ରୟାସ କରୁଥିଲେ। ମାତ୍ର ସେହି ସମୟରେ ସେ ନିଜ ନିୟନ୍ତ୍ରଣ ହରାଇ କୂଅ ମଧ୍ୟକୁ ଖସି ଯାଇଥିଲେ। ଏହି ସମୟ ମଧ୍ୟରେ ପ୍ରଫେସରଙ୍କ ବୋହୂ ଦେଖିଥିଲେ ଯେ, ତାଙ୍କ ଶ୍ୱଶୁର ୩୦ ଫୁଟ ଗଭୀର କୂଅ ମଧ୍ୟକୁ ଖସି ଯାଇଛନ୍ତି।ଏହା ଦେଖି ସେ ପ୍ରଥମେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଂଚି ରଶି ଦ୍ୱାରା ପ୍ରଫେସରଙ୍କୁ ଉଦ୍ଧାର କରିଥିଲେ। କୂଅ ମଧ୍ୟରେ ଥାଇ ପ୍ରଫେସର ମୋବାଇଲ ଲାଇଟ ଲଗାଇବାରୁ ଉଦ୍ଧାରାକାରୀ ଦଳଙ୍କୁ ଏହା ସାହାଯ୍ୟ କରିଥିଲା। ଉଦ୍ଧାର ପରେ ବୃଦ୍ଧ ନିଜେ ଚଳପ୍ରଚଳ ହୋଇପାରିବା ସହ ସେ ଅଧିକ ଆହତ ହୋଇନଥିବା ଜଣାପଡ଼ିଛି। କରୋନା ଭୂତାଣୁ କାରଣରୁ ପାଳନ କରାଯାଉଥିବା ନିୟମକୁ ଦୃଷ୍ଟିରେ ରଖି ପ୍ରଫେସରଙ୍କ ବୋହୂ ପଡ଼ୋଶୀଙ୍କ ପରିବର୍ତେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories