www.samajalive.in
Monday, December 8, 2025
27.1 C
Bhubaneswar

ବାପ -ପୁଅ କଳି; ବୋହୂ ଖାଇଲା ଗୁଳି

ସୋରଡ଼ା : ସୋରଡ଼ା ବ୍ଳକ୍‍ ଅନ୍ତର୍ଗତ ବଡ଼ଗଡ଼ ଥାନା ମେରିକୋଟ ପଞ୍ଚାୟତ ବାରଭରଣିଆ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସାମାନ୍ୟ କଥାକୁ ନେଇ ବାପ- ପୁଅ ମଧ୍ୟରେ କଥା କଟାକଟିରୁ ବଚସା ହେବା ଏବଂ ତାହା ଉଗ୍ର ରୂପ ନେଇଥିଲା। ଉତ୍ତକ୍ଷିପ୍ତ ବାପା ପୁଅକୁ ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ମାରିବାକୁ ଉଦ୍ୟମ କରୁଥିବା ବେଳେ ଅଟକାଇବାକୁ ଆସିଥିବା ବୋହୂକୁ ଗୁଳି ବାଜିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୋହୂର ପ୍ରାଣ ଚାଲିଯିବା ପରେ ବାପା- ପୁଅ ଗ୍ରାମରୁ ଫେରାର ହୋଇଯାଇଛନ୍ତି। ବଡ଼ଗଡ଼ ଥାନା ପୁଲିସ୍‍ ଓ ସାଇଣ୍ଟଫିକ୍‍ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ମେରିକୋଟ ପଞ୍ଚାୟତ ବାରଭରଣିଆ ଗ୍ରାମର ପ୍ରଫୁଲ୍ଲ ମଳିକ ସ୍ତ୍ରୀ କନକ ମଳିକ ଓ ତିନି ପୁଅ ସହ ବସବାସ କରୁଥିଲେ। ୩ ପୁଅ ସ୍ଥାନୀୟ ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ବଡ଼ପୁଅ ମିଟୁ ମଳିକ (୩୦) ଗତ ୫ ମାସ ତଳେ ବିବାହ କରିଥିଲେ। ବିବାହ ସମୟରେ ଖର୍ଚ୍ଚ ଓ ଅନ୍ୟ କାରଣରୁ ବାପା ପ୍ରଫୁଲ୍ଲ ମଳିକ ଧାର କରଜ କରି ଋଣରେ ବୁଡ଼ି ରହିଥିଲେ। ବଡ଼ ପୁଅ ମିଟୁ ମଧ୍ୟ ମୂଲ କାମ କରି ରୋଜଗାର କରୁଥିଲେ ମଧ୍ୟ ବାପାଙ୍କୁ ଦେଉନଥିଲେ। ଫଳରେ ଧାର ଟଙ୍କା ସୁଝିବା ପାଇଁ ବାରଭରଣିଆ ଗ୍ରାମରେ ରହୁଥିବା ପୈତୃକ ଘରକୁ ବିକ୍ରି କରିବାକୁ ନେଇ ପୂର୍ବରୁ ଅନେକ ଥର ବାପ-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଶନିବାର ମଧ୍ୟାହ୍ନରେ ପୁଣି ଘର ବିକ୍ରି କରିବା କଥାକୁ ନେଇ ବାପା- ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଘରେ ଥିବା ଏକ ଦେଶୀ ବନ୍ଧୁକ ଧରି ବାପା ପ୍ରଫୁଲ୍ଲ ପୁଅ ମିଟୁକୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ବୋହୂ ରଶ୍ମିତା ଅଟକାଇବାକୁ ଯାଇଥିଲେ। ଏତିକିବେଳେ ଗୁଳିଟି ରଶ୍ମିତାଙ୍କ ଦେହରେ ମାଡ ହେବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ବୋଲି ଶାଶୁ କନକ ମଳିକ କହିଛନ୍ତି। ଘଟଣାସ୍ଥଳରୁ ଉଭୟ ବାପ- ପୁଅ ଫେରାର ହୋଇ ଯାଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories