www.samajalive.in
Monday, December 8, 2025
24.1 C
Bhubaneswar

ଫିକା ପଡିଲା ଲୋକକଳା ଉତ୍ସବ

ସୁଆଣ୍ଡୋ : କରୋନା ମହାମାରୀକୁ ନେଇ ସାରା ଦେଶ ତିନିମାସ ହେଲା ଯୁଝୁଛି। ଅରି ମରି ନାହିଁ କି ଯୁଦ୍ଧ ସରି ନାହିଁ । ଏହି ଘଡିସନ୍ଧି ସମୟରେ ଶନିବାର ରାଜ୍ୟ ଲୋକକଳା ଦିବସ ଡିଜିଟାଲ ମାଧ୍ୟମରେ ପାଳନ କରାଯାଉଛି । ଏଥିପାଇଁ ପୁରୀଜିଲା ସତ୍ୟବାଦୀବ୍ଲକରେ ଲୋକକଳା ଦିବସ ଫିକା ପଡିଯାଇଛି । କରୋନା ମାଡରେ ତିନିମାସ ଧରି ଗ୍ରାମ୍ୟ କଳାକାରମାନେ ଘରେ ହାତବାନ୍ଧି ବସିଛନ୍ତି । ଯାହା ନିଜ ନିଜର କଳାଗୃହରେ ପ୍ରଶିକ୍ଷଣ ଚାଲିଛି । ଯେଉଁମାନେ ଏହାକୁ ନେଇ ମୁମ୍ବାଇ ହାଇଦ୍ରାବାଦ ବେଙ୍ଗାଲୁରୁ ପୁନେ ଲକ୍ଷ୍ନୌ କୋଲକାତା ଦିଲ୍ଲୀ ଆଦି ସହରରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ପ୍ରଶଂସା ଅର୍ଜନ କରିବା ସହ ରୋଜଗାର କରି ଆସୁଥିଲେ। ଆଜି ସେମାନଙ୍କୁ ଅଭାବ ଅନାଟନରେ ଜୀବନ ବିତାଇବାକୁ ପଡୁଛି ।

- Advertisement -

ଉତ୍କଳୀୟ କଳା ଚାତୁର୍ଯ୍ୟର ଆଦର ବାହାର ରାଜ୍ୟମାନଙ୍କରେ ରହିଛି । ସରକାର ସମସ୍ତଙ୍କୁ କରୋନା ସହାୟତା ଦେଉଥିବା ବେଳେ ପଞ୍ଜିକୃତ କଳାକାରଙ୍କୁ ଆର୍ଥିକ ସାହାଯ୍ୟ ମିଳୁନି ବୋଲି ଅଭିଯୋଗ ହେଉଛି । ଓଡିଶାର ଲୋକକଳା ରାଜ୍ୟର ସମ୍ପଦ ।ଏ ଅସମୟ ବେଳରେ ସେମାନଙ୍କୁ ସୁରକ୍ଷା ସରକାରଙ୍କ ପକ୍ଷରୁ କରାଯାଉ ବୋଲି କୁହାଯାଉଛି । ସରକାରୀଭାବେ ଡିଜିଟାଲ ମାଧ୍ୟମରେ ଚଳିତବର୍ଷ ଲୋକକଳା ଦିବସ ପାଳନ କରାଯାଉଥିବା ଦୃଷ୍ଟିରୁ କଳାକାର ମାନଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଥିବା ଜଣାପଡିଛି

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories