www.samajalive.in
Monday, December 8, 2025
27.1 C
Bhubaneswar

ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ପଞ୍ଚାୟତର ଜଏରପଡା ଗ୍ରାମର ନୂଆମୁଡା ପୋଖରୀ ନିକଟର ଏକ ପଲାଶ ଗଛରେ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଶନିବାର ପୁଲିସ ଉଦ୍ଧାର କରିଛି।

ପୁଲିସ ସୂଚନା ଅନୁଯାୟୀ,  ଜଏରପଡା ଗ୍ରାମର ଗୋବିନ୍ଦ ପୁଟେଲ(୪୫) ଆଜି ସକାଳ ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ସେତେବେଳ ଠାରୁ ଘରକୁ ଫେରିନଥିବା ପରିବାର ଲୋକେ କହିଛନ୍ତି। ଖୋଜା ଖୋଜି ପରେ ମଧ୍ୟ ତାଙ୍କର ଖୋଜ ଖବର ପାଇନଥିବା ବେଳେ ଅପରାହ୍ନ ସମୟରେ ଗ୍ରାମର କେତେକ ଲୋକ ଚାଷ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଗଛରେ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ପୁଅ ଇନ୍ଦ୍ର ପୁଟେଲକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ପଲାଶ ଗଛରେ ମୃତକ ଏକ ଦଉଡିରେ ଝୁଲନ୍ତା ଅବସ୍ଥାରେ ଝୁଲିରହିଥିବା ବେଳେ ଭୂଇଁ ଉପରେ ଗୋଡ ତଳେ ଲାଗିରହିଥିଲା। ବଙ୍ଗୋମୁଣ୍ଡା ପୁଲିସ ଘଟଣା ସ୍ଥଳ କୁ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି। ଏହା ଏକ ହତ୍ୟା ନା ଆତ୍ମହତ୍ୟା ଘଟଣା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବଙ୍ଗୋମୁଣ୍ଡା ଥାନାଅଧିକାରୀ ପଞ୍ଚାନନ ନାଏକ ପ୍ରକାଶ କରିଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories