www.samajalive.in
Thursday, December 11, 2025
23.1 C
Bhubaneswar

୧୪ ଦିନ ବ୍ୟାଟେରୀ ବ୍ୟାକଅପ୍ ସହ ଏମଆଇ ବ୍ୟାଣ୍ଡ-୫ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମି ତାର ନୂଆ ଫିଟନେସ୍ ବ୍ୟାଣ୍ଡ ଏମଆଇ ବ୍ୟାଣ୍ଡ-୫ର ବଜାର ପ୍ରବେଶ କରିଛି। ପ୍ରଥମେ ଚୀନରେ ଏହାକୁ ଲଞ୍ଚ କରାଯାଇଛି। ଏହାକୁ ଏନଏଫସି ସପୋର୍ଟ ସହିତ ଲଞ୍ଚ କରାଯାଇଛି ଏବଂ ଏଥିରେ ଚାରୋଟି ରଙ୍ଗୀନ ଷ୍ଟ୍ରାପ୍ ଦିଆଯାଇଛି। ଏମଆଇ ବ୍ୟାଣ୍ଡ-୫ରେ ୧.୧ ଇଞ୍ଚର କଲର ଏମୋଲେଡ ଡିସପ୍ଲେ ରହିଛି। ତେବେ ଭାରତ ସମେତ ଅନ୍ୟ ଦେଶରେ ଏହି ଫିଟନେସ୍ ବ୍ୟାଣ୍ଡର ଲଞ୍ଚକୁ ନେଇ କମ୍ପାନୀ ଏପର୍ୟ୍ୟନ୍ତ କୌଣସି ସୂଚନା ସେୟାର କରି ନାହିଁ।
ଏହାକୁ ଥରେ ଚାର୍ଜ କଲେ ୧୪ଦିନର ବ୍ୟାଟେରୀ ବ୍ୟାକ୍ଅପ୍ ଦେବ ବୋଲି କମ୍ପାନୀ ଦାବି କରିଛି। ଏହି ବ୍ୟାଣ୍ଡ ୱାଟର ପ୍ରୁଫ୍ , ଏହା ୫୦ ମିଟର ଗଭୀର ପାଣିରେ ବୁଡ଼ିଗଲେ ବି ଖରାପ ହେବ ନାହିଁ ବୋଲି କମ୍ପାନୀ କହିଛି।
ଏମଆଇ ବ୍ୟାଣ୍ଡ୍-୫ର ବିନା ଏନଏଫସି ସପୋର୍ଟ ଥିବା ମଡେଲର ମୂଲ୍ୟ ୨ହଜାର ଟଙ୍କା ଏବଂ ଏହାର ଏପଏଫସି ସପୋର୍ଟ ମଡେଲର ମୂଲ୍ୟ ୨ହଜାର ୫୦୦ଟଙ୍କା। ବ୍ୟାଣ୍ଡଟି କଳା, ନାଲି, ସବୁଜ ଏବଂ ହଳଦିଆ ରଙ୍ଗରେ ଉପଲବ୍ଧ ହେବ। ଜୁନ୍ ୧୮ରୁ ଚୀନରେ ଏହାର ବିକ୍ରି ଆରମ୍ଭ ହେବ।
ଏହାର ଏକ ବଡ ୧.୧ଇଞ୍ଚ ଡିସପ୍ଲେ ଅଛି, ଯାହା ସୁପର ଆମୋଲଡ୍। ଏହା ୧୦୦ଟି ନୂଆ ଆନିମେଟେଡ୍ ୱାଚ୍ ପାଇବେ। ଏହା ସହିତ, ଏଥିରେ ବ୍ୟକ୍ତିଗତ କାର୍ଯ୍ୟକଳାପ ଇଣ୍ଟେଲିଜେନ୍ସ (PAI)ପାଇଁ ସମର୍ଥନ ରହିଛି। ଏହି ବ୍ୟାଣ୍ଡରେ ଏକ ସ୍ଲିପିଂ ଟ୍ରାକ୍ ମନିଟରିଂ ସିଷ୍ଟମ୍ ମଧ୍ୟ ରହିଛି।
ଏହା ବ୍ୟତୀତ ଏଥିରେ ହାର୍ଟ ରେଟ୍ ସେନ୍ସର, ମହିଳାମାନଙ୍କ ପାଇଁ ମାସିକ ଚକ୍ର ଟ୍ରାକିଂ, ମହିଳା ସ୍ୱାସ୍ଥ୍ୟ ଟ୍ରାକର୍ ଏବଂ ସୋସିଆଲ୍ ମିଡିଆ ବିଜ୍ଞପ୍ତି ଭଳି ଫିର୍ଚର ଉପଲବ୍ଧ ହେବ। ବ୍ୟାଣ୍ଡ ମାଧ୍ୟମରେ ସଙ୍ଗୀତ ନିୟନ୍ତ୍ରଣ କରାଯାଇପାରିବ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories