www.samajalive.in
Monday, December 8, 2025
27.1 C
Bhubaneswar

ବେସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ଫିସ୍‌ ଓ ମାସିକ ଦେୟ ୭୦% ହ୍ରାସ ହେଉ: ଛାତ୍ର କଂଗ୍ରେସ

ଭୁବନେଶ୍ୱର : କରୋନା ବିପତ୍ତିର ଦୟନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜଙ୍କ ନେତୃତ୍ୱରେ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ନାମଲେଖା ଫିସ୍ ଓ ମାସିକ ଦେୟ ୭୦ ପ୍ରତିଶତ କମାଇବା ଦାବିରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ୟାସିର ନୱାଜ ଅଭିଯୋଗ କରିଛନ୍ତି ଯେ ବେସରକାରୀ ଶିକ୍ଷାନୁଷ୍ଠାନକୁ ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ କେବଳ ଅନୁରୋଧ କରି ଚୁପ୍ ବସି ଯାଇଛନ୍ତି। ମାତ୍ର ବେସରକାରୀ ଶିକ୍ଷାନୁଷ୍ଠାନ ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କର୍ଣ୍ଣପାତ କରୁନାହାନ୍ତି। କେତେକ ଶିକ୍ଷାନୁଷ୍ଠାନ ନାମଲେଖା ଫିସ୍ ବଢାଇ ସାରିଲେଣି ଏବଂ ମାସିକ ଦେୟ ମଧ୍ୟ ବଢି ଚାଲିଛି। ବେସରକାରୀ ଶିକ୍ଷାନୁଷ୍ଠାନର ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ବେଖାତିର କରୁଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କର କଥା ବାସ୍ତବରେ ମାନୁ ନାହାନ୍ତି ନା ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ଭିତିରି ବୁଝାମଣା ରହିଛି। କରୋନା ବିପତ୍ତିରେ ଅଭିଭାବକମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠାନ ଏବଂ ରୋଜଗାର ସଂସ୍ଥା ସଂପୂର୍ଣ୍ଣ ବନ୍ଦ ହୋଇଥିବା ସ୍ଥଳେ ପିଲାର ପାଠପଢା ଖର୍ଚ୍ଚ ଦେବା ପାଇଁ ସେମାନେ ସଂପୂର୍ଣ୍ଣ ଅସମର୍ଥ ହୋଇପଡିଛନ୍ତି। କରୋନା ବିପତ୍ତିକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ବେସରକାରୀ ଶିକ୍ଷାନୁଷ୍ଠାନର ମାଲିକମାନଙ୍କ ସହ ସିଧାସଳଖ ଆଲୋଚନା କରନ୍ତୁ, ସେମାନଙ୍କୁ ଅନୁରୋଧ ନକରି ନିର୍ଦେଶ ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରୁଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କଲେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କର ତଂଟି ଚିପି ଅର୍ଥ ଆଦାୟକୁ ଛାତ୍ର କଂଗ୍ରେସ ବରଦାସ୍ତ କରିବ ନାହିଁ। ଖାରବେଳନଗର ଥାନା ଅଧିକାରୀଙ୍କ ତତ୍ୱାବଧାନରେ ୟାସିର ନୱାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କୁ ଭେଟ କରି ଛାତ୍ରକଂଗ୍ରେସର ଦାବି ପତ୍ର ପ୍ରଦାନ କରିବା ସହ ତାଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଥିଲେ। ଏହି କାର୍ୟ୍ୟକ୍ରମରେ ସୁରଜ ରାଉତ, ବାଦଲ ମହାନ୍ତି, ମହମ୍ମଦ ଶାହାରୁଖ୍, ତାରା ପ୍ରସାଦ କର, ରଂଜିତ୍ ସେନାପତି, ସେକ୍ ଅବଦୁଲ, ସାଗର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories