www.samajalive.in
Monday, December 8, 2025
17.1 C
Bhubaneswar

ଓଡିଶାରେ ଗାନ୍ଧିଙ୍କର ଦୁଇଟି ମନ୍ଦିର, ରାମଧୁନରେ ହୋଇଥାଏ ଆରତୀ

କଟକ:   ଗୁଜୁରାଟରେ  ମହତ୍ମା ଗାନ୍ଧି ବଞ୍ଚିଥିବା ବେଳେ ମନ୍ଦିର ନିର୍ମାଣ କରାଯାଇଥିବାରୁ ଗାନ୍ଧିଜି ଧାରଣାରେ ବସିଥିଲେ । ଏଥିଯୋଗୁଁ ମନ୍ଦିରକୁ ଭଙ୍ଗା ଯାଇଥିଲା । ମାତ୍ର ଓଡିଶାରେ ଗାନ୍ଧିଜିଙ୍କର ଦୁଇଟି ମନ୍ଦିର ରହିଛି । ପ୍ରଥମ ମନ୍ଦିର ସମ୍ବଲପୁରର ହରିଜନ ପଡାରେ ଥିବା ବେଳେ ଦ୍ୱିତୀୟ ମନ୍ଦିର ଢେଙ୍କାନାଳର କାମାକ୍ଷା ନଗରରେ ରହିଛି ।

ସମ୍ବଲପୁରର ହରିଜନପଡାରେ ଥିବା ମନ୍ଦିରରେ  ପୂଜାରି ଦଳିତ ସମ୍ପ୍ରଦାୟର । ତାଙ୍କର ନାମ ପୁରିନ୍ଦର ଛୁରିଆ । ଏଠାରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଧୂମଧାମରେ ପାଳନ କରାଯିବ ବୋଲି , ସେ କହିଛନ୍ତି । ମହାତ୍ମାଗାନ୍ଧୀଙ୍କର ଅମର ବାଣୀକୁ ଆଜି ବି ଉଜ୍ଜୀବିତ ରଖିଥିବା କଥା ପୁରିନ୍ଦର କହିଛନ୍ତି । ଦଳିତମାନେ ମନ୍ଦିରରେ ପ୍ରବେଶ ପାଇଁ ଗାନ୍ଧିଜୀ ସମ୍ବଲପୁରରେ ପଦଯାତ୍ରା କରିଥିଲେ । ମେ ୫ ତାରିଖ ୧୯୩୪ ମସିହାରେ ଗାନ୍ଧିଜୀ ସମ୍ବଲପୁର ଆସିଥିଲେ ।

- Advertisement -

ମୁଖ୍ୟରାସ୍ତାରୁ ମାତ୍ର ୩୦୦ ମିଟର ଦୂରରେ ଗାନ୍ଧିଜୀଙ୍କର ମନ୍ଦିର ରହିଛି ।  ଏଠାରେ ଗାନ୍ଧିଜୀଙ୍କର ପିତ୍ତଳ ମୂର୍ତ୍ତୀ ପୂଜା ପାଉଛି । ମନ୍ଦିରରରେ ଭଗବତ୍‌ ଗୀତା ଓ  ରାମାୟଣ ରହିଛି । ରାମଧୂନ ସହ ଏଠାରେ ପ୍ରତିଦିନ ଆରତୀ କରାଯାଉଛି । ୨ ଅକ୍ଟୋବର, ଅଗଷ୍ଟ  ୧୫ ଓ ଜାନୁଆରୀ ୨୬ରେ ଏଠାରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ।

 

 

 

ମନ୍ଦିର ପରିସରରେ  ଡକ୍ଟର ଆମ୍ବେଦକର, ଲାଲ ବାହାଦୂର ଶାସ୍ତ୍ରୀ , ସୁବାଷ ଚନ୍ଦ୍ର ବୋଷ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଫଟୋ ରହିଛି । ଏହି ମନ୍ଦିର ନିର୍ମାଣ  ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କର ପ୍ରୟାସରେ ୧୯୭୨ରେ ଆରମ୍ଭ କରାଯାଇଥିଲା । ୧୯୭୪ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦୀନ ଶତପଥୀ ଏହାକୁ ଉଦ୍‌ଘାଟନ କରିଥିଲେ ।

 

 

ଢେଙ୍କାନାଳ ଜିଲାର କାମାକ୍ଷା ନଗରରେ ଗାନ୍ଧିଜୀଙ୍କର ଏକ ମନ୍ଦିର ରହିଛି । ଏବେ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ପ୍ରଫୁଲ ମଲ୍ଲିକଙ୍କ ପ୍ରୟାସରେ ଏହାକୁ ତିଆରି କରାଯାଇଥିଲା । ଏହାକୁ ୫ ବର୍ଷ ହୋଇ ଗଲାଣି । ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ସହ ଜଡିତ  ରାଷ୍ଟ୍ରୀୟ ଯୁବା ସଂଗଠନର ଅଧ୍ୟକ୍ଷ ଡକ୍ଟର ବିଶ୍ୱଜିତଙ୍କ କହିବା ଅନୁସାରେ ଗାନ୍ଧିଜୀ ତାଙ୍କର ମନ୍ଦିର ନିର୍ମାଣ ସପକ୍ଷରେ ନ ଥିଲେ । ଗାନ୍ଧିଙ୍କର ଆଦର୍ଶ ଓ  ସିଦ୍ଧାନ୍ତ ଜୀବିତ ରଖିବାର ଅଛି ତ ତାଙ୍କର ମାର୍ଗକୁ ଅନୁସରଣ କରିବା ଉଚିତ୍‌ । ଦେଶ ବିକାଶର ମୂଳ ମନ୍ତ୍ର ଗାନ୍ଧି ଦର୍ଶନ । ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଏହି ମନ୍ଦିରମାନଙ୍କର ବିଶେଷ ଭାବେ ଆୟୋଜନ କରାଯିବ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories