www.samajalive.in
Monday, December 8, 2025
27.1 C
Bhubaneswar

ଗାଧେଇବାକୁ ଯାଇଥିବା ବେଳେ ଲୁଣା ନଦୀରେ ବୁଡି ଦୁଇ ଯୁବକ ମୃତ

ନିଶ୍ଚିନ୍ତକୋଇଲି : ଗାଧେଇବାକୁ ଯାଇଥିବା ବେଳେ ଲୁଣା ନଦୀରେ ବୁଡି ଦୁଇ ଯୁବକ ମୃତ୍ୟୁ ବରଣ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗାଁରେ । ଉକ୍ତ ଗାଁର ୪ ଜଣ ଯୁବକ ଆଜି ମଧ୍ୟାନ୍ନ ସମୟରେ ଗାଁ ପାଖରେ ଥିବା ଲୁଣା ନଦୀକୁ ଗାଧେଇବା ପାଇଁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ୨ ଜଣଙ୍କ ଗୋଡ ଖସି ଯାଇଥିଲା । ଯାହାଫଳରେ ସେମାନେ ବୁଡିଯାଇଥିଲେ । ନଦୀରେ ଗାଧୋଉଥିବା ଅନ୍ୟଦୁଇ ଜଣ ସାଙ୍କ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେବରୁ ଗାଁ ଲୋକଙ୍କୁ ଡାକିଥିଲେ । ଗାଁ ଲୋକ ଉଦ୍ଧାର କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଁ ଲୋକ ଜଣଙ୍କୁ ଉଦ୍ଧାର କରିସାରିଥିଲେ । ଦମକଳ ବାହିନୀ ଅନ୍ୟ ଜଣଙ୍କୁ ଉଦ୍ଧାର କରିଥିଲେ । ଏହପରେ ଦୁଇ ଜଣଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ହେଉଛନ୍ତି ଗୋପାଳପୁର ଗାଁର ନବକିଶୋର ପାଳଙ୍କ ପୁଅ ଜିତେନ୍ଦ୍ର ପାଳ (୨୨) ଓ ସୁକଦେବ ସାମଲଙ୍କ ପୁଅ ଲିଟୁ ସାମଲ (୨୧) ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories