www.samajalive.in
Monday, December 8, 2025
27.1 C
Bhubaneswar

ସମୁଦ୍ର ସେତୁ ଅଭିଯାନରେ ଇରାନରୁ ପ୍ରବାସୀ ଓଡ଼ିଆଙ୍କ ସ୍ଥାନାନ୍ତରଣ ଆରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ବିଦେଶରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟକ୍ରମ ଆରମ୍ଭ କରିଛି ଭାରତୀୟ ନୌସେନା । ସମୁଦ୍ରସେତୁ ଅଭିଯାନରେ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ଭାରତୀୟ ନୌସେନା ଜାହାଜ ଆଇଏନଏସ ଜଳାଶ୍ୱ ଏବଂ ମଗର ଦ୍ବାରା ମାଳଦ୍ବୀପ ଓ ଶ୍ରୀଲଙ୍କାରେ ଅଟକି ରହିଥିବା ୨୮୭୪ ଭାରତୀୟଙ୍କୁ କୋଚି ଓ ତୁତିକୋରିନ ଆଣିବାରେ ସଫଳ ହୋଇଥିଲା ।

ସମୁଦ୍ର ସେତୁର ପରବର୍ତ୍ତୀ ପର୍ଯ୍ୟାୟ ସ୍ୱରୂପ ଆଜି ଭାରତୀୟ ନୌସେନା ଜାହାଜ ଆଇଏନଏସ ଶାର୍ଦ୍ଦୁଳ ଇରାନର ବନ୍ଦର ଅବ୍ବାସରୁ ଭାରତୀୟମାନଙ୍କୁ ଗୁଜୁରାଟର ପୋରବନ୍ଦରରେ ପହଞ୍ଚାଇବ । ଯେଉଁ ଭାରତୀୟମାନେ ଆସିବେ ଇରାନରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ।

ଆଇଏନଏସ ଶାର୍ଦ୍ଦୁଳର ବୋର୍ଡରେ ସାମାଜିକ ଦୂରତା ରକ୍ଷା, ଅତିରିକ୍ତ ଚିକିତ୍ସା ସୁବିଧା, ଔଷଧ ଭଣ୍ଡାର ପିପିଇ ଏତ୍ୟାଦି ସହ ଡାକ୍ତରୀ ଉପକରଣ ଓ ଚିକିତ୍ସକ ସୁବିଧା ମହଜୁଦ ଅଛି । ସ୍ଥାନାନ୍ତରିତ ହେଉଥିବା ସମସ୍ତଙ୍କ ପାଇଁ ମୌଳିକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯିବ । ଆବଶ୍ୟକ ହେଲେ ସଙ୍ଗରୋଧ ଗୃହର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ଲକ୍ଷଣ ଥିବା ଓ ନଥିବା ନିର୍ବିଶେଷରେ ସମସ୍ତ ଯାତ୍ରୀଙ୍କ ପାଇଁ କୋଭିଡ ନିୟମାବଳୀ ମାନିବାକୁ ହେବ ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories