www.samajalive.in
Wednesday, December 10, 2025
18.1 C
Bhubaneswar

ସପ୍ତାହରେ ୫ ଦିନ ଗଡ଼ିବ ରାଉରକେଲା-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର: କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଭାରତୀୟ ରେଳପଥ ପକ୍ଷରୁ ଓଡ଼ିଶା ମଧ୍ୟରେ ପାଞ୍ଚ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବା ପରେ ଏବେ ଆଉ ଏକ ଟ୍ରେନ ଚାଲିବାକୁ ଯାଉଛି । ଏହି ନୂଆ ସ୍ବତନ୍ତ୍ର ଟ୍ରେନ ହେଉଛି ରାଉରକେଲା-ଭୁବନେଶ୍ବର-ରାଉରକେଲା ସ୍ପେଶାଲ ଟ୍ରେନ୍। ପୂର୍ବ ପାଞ୍ଚ ଟ୍ରେନ ଭଳି ଏହି ଟ୍ରେନଟି ମଧ୍ୟ ଚଳିତମାସ ୮ରୁ ୩୦ ତାରିଖ ମଧ୍ୟରେ ଚଳାଚଳ କରିବ । ଏ ନେଇ ପୂର୍ବତଟ ରେଳପଥ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶନିବାର ଓ ରବିବାର ଏହି ସ୍ବତନ୍ତ୍ର ଟ୍ରେନର ଚଳାଚଳ ବନ୍ଦ ରହିବ । ତେବେ କୋରାପୁଟ-ଭୁବନେଶ୍ୱର ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ୍ ଶନିବାର ଦିନ ଚଳାଚଳ ଆରମ୍ଭ କରିବ।
୦୨୮୬୧ ରାଉରକେଲା-ଭୁବନେଶ୍ବର ସ୍ପେଶାଲ ଟ୍ରେନ ରାଉରକେଲାରୁ ୫ଟା ୧୦ ମିନିଟ୍‌ରେ ଛାଡି ଭୁବନେଶ୍ବର ​ଷ୍ଟେସନରେ ୧୨ଟା ୩୦ ମିନିଟ୍‌ରେ ପହଞ୍ଚିବ । ଏହି ସ୍ବତନ୍ତ୍ର ଟ୍ରେନ ଉଭୟ ଦିଗରୁ ରାଉରକେଲା ଏବଂ ଭୁବନେଶ୍ବର ମଧ୍ୟରେ ରାଜଗାଙ୍ଗପୁର,ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରାଇରଖୋଲ, ଅନୁଗୋଳ, ତାଳଚେର ରୋଡ, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁର ଷ୍ଟେସନରେ ରହଣି କରିବ । ସେହିଭଳି ୦୨୮୬୨ ଭୁବନେଶ୍ବର-ରାଉରକେଲା ସ୍ପେଶାଲ ଟ୍ରେନ ଭୁବନେଶ୍ବରରୁ ୨ଟା ୧୦ ମିନିଟ୍‌ରେ ଛାଡି ରାଉରକେଲା ​‌େଷ୍ଟସନରେ ୯ଟା ୪୦ ମିନିଟ୍‌ରେ ପହଞ୍ଚିବ । ପୂର୍ବରୁ ଘୋଷିତ ହେବାକୁ ଥିବା ପାଞ୍ଚ ସ୍ବତନ୍ତ୍ର ଟ୍ରେନ ହେଉଛି ଭୁୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (ପାଞ୍ଚଦିନ), ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (ପାଞ୍ଚଦିନ), ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ (ପାଞ୍ଚଦିନ), ସମ୍ବଲପୁର-ଖୋର୍ଦ୍ଧାରୋଡ଼-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ (ପାଞ୍ଚଦିନ) ଏବଂ ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭାୟା ସମ୍ବଲପୁର-ରାୟଗଡ଼ା (ସପ୍ତାହକୁ ୩ ଥର) । ଯାତ୍ରୀ ଏଥିପାଇଁ ଆରକ୍ଷଣ କେନ୍ଦ୍ରମାନଙ୍କରେ ଏବଂ ଆଇଆରସିଟିସି ୱେବ୍‌ସାଇଟ୍‌ରେ ମଧ୍ୟ ଟିକେଟ୍ କରିପାରିବେ। ନିୟମାନୁଯାୟୀ, କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀ ହିଁ ଟ୍ରେନ୍‌ରେ ଚଢ଼ିପାରିବେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories