www.samajalive.in
Tuesday, December 9, 2025
16.1 C
Bhubaneswar

କଂଗ୍ରେସରୁ ପୁଣି ୨ ବିଧାୟକଙ୍କ ଇସ୍ତଫା

ଗାନ୍ଧୀନଗର : ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାତ କଂଗ୍ରେସକୁ ଧକ୍କା ଲାଗିଛି। ଏହାର ୨ ବିଧାୟକ ବଲସାଦ୍‌ର କପ୍ରଡାରୁ ନିର୍ବାଚିତ ଜିତୁ ଚୌଧୁରୀ ଓ ବଦୋଦରାର କରଜନରୁ ନିର୍ବାଚିତ ଅକ୍ଷୟ ପଟେଲ ଦଳ ତ୍ୟାଗ କରିଛନ୍ତି। ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ କହିଛନ୍ତି ଯେ ଜିତୁ ଓ ଅକ୍ଷୟଙ୍କ ଇସ୍ତଫାପତ୍ର ଗୃହୀତ ହୋଇଛି। ଆସନ୍ତା ୧୯ତାରିଖରେ ରାଜ୍ୟର ୪ ଆସନ ପାଇଁ ନିର୍ବାଚନ ହେବାକୁ ଅଛି। କଂଗ୍ରେସର ୪ ବିଧାୟକ ଗତ ମାର୍ଚ୍ଚରେ ଇସ୍ତଫା ଦେଇଥିଲେ। ଏବେ ଦଳର ବିଧାୟକ ସଂଖ୍ୟା ୬୬ ରହିଛି। ଏହାଦ୍ବାରା ଦଳ ଗୋଟିଏ ରାଜ୍ୟସଭା ଆସନରେ ବିଜୟଲାଭ କରିବା ନିଶ୍ଚିତ ରହିଛି। ବିଧାନସଭାରେ ସମ୍ପ୍ରତି ୯ ଆସନ ଶୂନ୍ୟ ରହିଛି। ଦୁଇ ବିଧାୟକଙ୍କ ଦଳ ତ୍ୟାଗ ପାଇଁ କଂଗ୍ରେସ ବିଜେପିକୁ ଦାୟୀ କରିଛି। ଲୋଭ ଦେଖାଇ ଏହା କଂଗ୍ରେସରେ ବିଭାଜନ ଉଦ୍ୟମ ଚଳାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୦୩ ଥିବାବେଳେ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଅନ୍ୟୂନ ୩୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ଦୁଇଟି ଆସନ ହାସଲ କରିବା ନିଶ୍ଚିତ ଥିବାବେଳେ ତୃତୀୟ ଆସନ ପାଇବା ସହଜ ହେବ ବୋଲି ବିଚାର କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories