www.samajalive.in
Monday, December 8, 2025
27.1 C
Bhubaneswar

ସ୍ନାନ ପୂର୍ଣ୍ଣିମାରେ ଗୁଡ଼ିଆଲବନ୍ଧ ରଥଯାତ୍ରାକୁ ଅନୁମତି ନାହିଁ ; ଭାଙ୍ଗିବ ୩୪ ବର୍ଷର ପରମ୍ପରା !

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକର ଶିମିଳିପାଳ ପାଦଦେଶରେ ଥିବା ଗୁଡିଆଲବନ୍ଧ ଗ୍ରାମରେ ପୂର୍ବବର୍ଷ ମାନଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଚଳିତବର୍ଷ ହୋଇ ପାରିବ ନାହିଁ। ବର୍ତ୍ତମାନ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ଜନିତ ତାଲାବନ୍ଦ କଟକଣା ଅନୁଯାୟୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିନାହିଁ। ରଥଯାତ୍ରା ପରମ୍ପରାର ବ୍ୟତିକ୍ରମ ସ୍ୱରୂପ ଏଠାରେ ୩୪ବର୍ଷ ଧରି ଦେବସ୍ନାନ ପୂର୍ଣ୍ଣିମାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ତହିଁ ପରଦିନ ବାହୁଡ଼ାଯାତ୍ରା ହୋଇଥାଏ। ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ସର୍ବତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ଦିଅଁ ମହାସ୍ନାନ ପରେ ଅସୁସ୍ଥ (ଜ୍ୱର) କାରଣରୁ ଅଣସରରେ ରହିଥାନ୍ତି। ନବ ଯୌବନ ଦର୍ଶନର ପରଦିନ ରଥଯାତ୍ରା ପର୍ବ ଆରମ୍ଭ ହୋଇ ୯ଦିନରେ ବାହୁଡାଯାତ୍ରା ସମ୍ପନ୍ନ ହୋଇଥାଏ। ମାତ୍ର ଏଠାରେ ଏକ ସ୍ୱତନ୍ତ୍ର ପରମ୍ପରା ବହନ କରି ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଗୋଟିଏ ରଥରେ ତିନି ଦିଅଁ ଯାତ୍ରା କରି ଗାଁ ମୁଣ୍ଡରେ ଥିବା ମାଉସୀବାଡି ଗ୍ରାମ ଦେବତୀ ସିନ୍ଦୁରଗୌରା ଠାକୁରାଣୀଙ୍କ ପୀଠରେ ପହଞ୍ଚିଥାନ୍ତି। ସେଠାରେ ତିନି ଠାକୁର ରଥ ଉପରେ ଗୋଟିଏ ରାତି ରହିବା ପରେ ତହିଁ ପରଦିନ ମନ୍ଦିରକୁ ବାହୁଡ଼ି ପୂର୍ବ ପରି ପୂଜା ପାଆନ୍ତି। ସମସ୍ତ ‘କ୍ଷେତ୍ର’ରେ ଦିଅଁମାନେ ଅଣସର ଘରେ ରହି ସେମାନେ ପଟିଦିଅଁରେ ବିଷ୍ଣୁ, ମହେଶ୍ୱର ଓ ଶକ୍ତି ରୂପରେ ପୂଜା ପାଉଥିବା ବେଳେ ଏହି ଗ୍ରାମର ଜଗନ୍ନାଥ ମନ୍ଦିରରେ ତିନି ଠାକୁର ନିଜ ନିଜ ରୂପରେ ପୂଜା ପାଆନ୍ତି। ଫଳରେ ସ୍ନାନ ପୂର୍ଣ୍ଣିମୀ ଦିନ ଠାରୁ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଏଠାରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଏଠାରେ ଅନ୍ୟ ଏକ ବିଶେଷତ୍ତ୍ୱ ରହିଛି ଯେ, ଦିଅଁ ପ୍ରତିଷ୍ଠା ପାଖରୁ ଭକ୍ତମାନେ ତିନି ଠାକୁରଙ୍କୁ ନବ କଳେବର ରୂପରେ ଦେଖିବାକୁ ପାଇନାହାନ୍ତି।

ଜଗନ୍ନାଥ ସଂସ୍କୃତିରେ ଏହା ଏକ ସ୍ୱତନ୍ତ୍ର ପରମ୍ପରା ବହନ କରୁଥିବାରୁ ରଥଯାତ୍ରା ଦେଖିବା ପାଇଁ ଶିମିଳିପାଳ ପାଦଦେଶରେ ଥିବା ଗ୍ରାମଗୁଡିକରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ। ସମାଗମକୁ ଆଖିରେ ରଖି ଚଳିତ ବର୍ଷ ପାଇଁ ବଡ଼ସାହି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ମଠ ମହନ୍ତଙ୍କୁ ରଥଯାତ୍ରା ପାଇଁ ବାରଣ କରିଛନ୍ତି। ବାରଣ ସ୍ୱତ୍ତେ ରଥଯାତ୍ରା ଅନୁଷ୍ଠିତ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ମଠର ମହନ୍ତ ଯୋଗେନ୍ଦ୍ରଜୀଙ୍କ କହନ୍ତି ‘୧୯୮୪ ମସିହା ଏପ୍ରିଲ ମାସ ୧୦ ତାରିଖରେ ଚାଲି ଚାଲି ଶ୍ରୀକ୍ଷେତ୍ର ପୁରୀକୁ ରଥଯାତ୍ରା ଦେଖିବା ପାଇଁ ଯିବା ବାଟରେ ଦେଖିଥିବା ସ୍ୱପ୍ନାଦେଶ ଅନୁଯାୟୀ ସେ ତିନି ଦିଅଁଙ୍କୁ ସେହି ଗ୍ରାମରେ ପ୍ରତିଷ୍ଠା କରି ପୂଜା କରିଆସୁଛନ୍ତି। ମହାପ୍ରଭୁଙ୍କ ନିର୍ଦେଶରେ ସ୍ୱତନ୍ତ୍ର ପରମ୍ପରା ଚାଲି ଆସିଛି, ତେବେ ପ୍ରଶାସନ ପକ୍ଷରୁ ବାରଣ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା ପାଇଁ କରିଥିବା ଅନୁରୋଧକୁ ମଧ୍ୟ ପ୍ରଶାସନ ଅନୁମତି ଦେଉନାହିଁ। କାଳିଆର ଇଚ୍ଛା ଯାହା ତାହା ହେଉଛି, ଆମେ ନିମିତ୍ତ ମାତ୍ର’ ବୋଲି ସେ କହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories