www.samajalive.in
Sunday, December 7, 2025
15.1 C
Bhubaneswar

ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ ଫ୍ରାନ୍ସ, ଇଟାଲୀ ଏବଂ ବେଲଜିୟମ

ପ୍ୟାରିସ : ସମଗ୍ର ବିଶ୍ୱ କରୋନା ମହାମାରୀରେ ପୀଡିତ। ଏହି ରୋଗ ପାଇଁ କୌଣସି ଔଷଧ କିମ୍ବା ଟିକା ଏପର୍ୟ୍ୟନ୍ତ ବାହାରି ନାହିଁ। ତେବେ ଆଣ୍ଟି-ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର କରୋନା ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ବୋଲି କିଛି ଦିନ ତଳେ କିଛି ଦେଶ ଦାବି କରିଥିଲେ। ମାତ୍ର କରୋନାଭାଇରସ୍ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ଏହି ଔଷଧ ଉପରେ ସନ୍ଦେହ ରହିଛି । ଏହାକୁ ନେଇ ସୁରକ୍ଷା ଚିନ୍ତା ଥିବା ଜଣାପଡିଛି। ଏହି କ୍ରମରେ, ୟୁରୋପୀୟ ୟୁନିଅନ୍ ଦେଶ – ଫ୍ରାନ୍ସ, ଇଟାଲୀ ଏବଂ ବେଲଜିୟମ୍ କୋଭିଡ-୧୯ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମାତ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଏହି ୟକ୍ସଙ୍କଶ ଷଧର ବ୍ୟବହାରକୁ ପ୍ରୋତ୍ସାହିତ କରିଛନ୍ତି।
ବୁଧବାର ପ୍ୟାରିସରେ ଡାକ୍ତରମାନେ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧର ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଇଟାଲୀ ଏବଂ ବେଲଜିୟମର ଅଧିକାରୀମାନେ ସଂପୃକ୍ତ ଅଧିକାରୀମାନଙ୍କୁ କ୍ଲିନିକାଲ୍ ପରୀକ୍ଷା ବ୍ୟତୀତ ଏହି ଔଷଧର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲେ।
ଏହି ଔଷଧର ବ୍ୟବହାର ବିରୋଧରେ ଆପତ୍ତି ପଞ୍ଜିକରଣ କରିବାରେ ଏହା ପ୍ରଥମ ଦେଶ ନୁହେଁ। କିଛି ଦିନ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସୁରକ୍ଷା ଚିନ୍ତାଧାରାକୁ ଦର୍ଶାଇ ହାଇଡ୍ରୋକ୍ସିକ୍ଲୋରୋକାଇନର ବିଶ୍ଵ ସ୍ତରୀୟ ପରୀକ୍ଷାକୁ ବାତିଲ କରିଦେଇଥିଲା। ଅକ୍ସଫୋର୍ଡ ୟୁନିଭରସିଟି ମଧ୍ୟ ଏହାକୁ ଅନୁସରଣ କରିଥିଲା ଏବଂ ଏହାର ପ୍ରୟୋଗ ଆରମ୍ଭ କରିବାର ଏକ ସପ୍ତାହ ମଧ୍ୟରେ ଏହାର ବିଶ୍ଵସ୍ତରୀୟ ପରୀକ୍ଷା ବନ୍ଦ ହୋଇଗଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories