www.samajalive.in
Thursday, December 11, 2025
23.1 C
Bhubaneswar

ଏମ୍‌ ନରେଗା ଯୋଜନାରେ ଅନିୟମିତତା ; ଶ୍ରମିକ ବଦଳରେ କାମ କରୁଛି ମେସିନ

ଖଣ୍ଡପଡା : ଖଣ୍ଡପଡା ବ୍ଳକ ଅଧିନ ବନମାଳୀପୁର ପଞ୍ଚାୟତ ବସନ୍ତପୁର ଗ୍ରାମର ବାସନଧୁଆ ପୋଖରୀଠାରୁ ନିକଟସ୍ଥ ବାନ୍ଦରା ସଂରକ୍ଷିତ ଜଙ୍ଗଲକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତୀକରଣ ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଉକ୍ତ ରାସ୍ତାର କିଛି ଅଂଶରେ ଜେସିବି ମେସିନ ଓ ଟ୍ରାକ୍ଟର ଯୋଗେ ନିକଟସ୍ଥ ବିଲରୁ ମାଟି ପକାଯାଇ ରାସ୍ତା ନିର୍ମାଣ କରାଯାଇଛି।

ସ୍ଥାନୀୟ ଅଞ୍ଚଳର ଜବକାର୍ଡଧାରୀମାନଙ୍କୁ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାନଯାଇ ତଞ୍ଚକତା ପୂର୍ବକ ଜେସିବି ମେସିନ ଓ ଟ୍ରାକ୍ଟର ଯୋଗେ ଯୁଦ୍ଧକାଲୀନ ଭିତ୍ତିରେ ରାସ୍ତା ନିର୍ମାଣ କରାଯାଇଥିବା ବସନ୍ତପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ରାସ୍ତା ନିର୍ମାଣ ବାବଦରେ ବ୍ଳକ ପ୍ରଶାସନ ପକ୍ଷରୁ ୨.୫ଲକ୍ଷ ଟଙ୍କା ବିଲ ପୈଠ ନିମନ୍ତେ ମସୁଧା ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁନଶ୍ଚ ଗ୍ରାମବାସୀ ଏ ସମ୍ପର୍କରେ ଖଣ୍ଡପଡା ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

- Advertisement -

ଖଣ୍ଡପଡା ବ୍ଳକ ପ୍ରଶାସନ ସ୍ଥାଣୁତାର ସୁଯୋଗ ନେଇ ରାସ୍ତା କାର୍ଯ୍ୟରେ ନିୟୋଜିତ ଠିକାଦାର ଓ କାର୍ଯ୍ୟ ତଦାରଖ କରୁଥିବା ଗ୍ରାମସାଥୀ , ଜିଆରଏସ ଓ ବ୍ଳକର କନିଷ୍ଠଯନ୍ତ୍ରୀ କିଭଳି ମନରେଗା ଯୋଜନା ଅନୁଦାନ ଅର୍ଥରେ ଆଖିବୁଜା ଦୁର୍ନୀତିକୁ ପ୍ରଶୟ ଦେଇଛନ୍ତି ତାହା ଉକ୍ତ ରାସ୍ତା ନିର୍ମାଣରୁ ସ୍ପଷ୍ଟବାରି ହୋଇପଡୁଥିବାର ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ରାସ୍ତା କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ କାଗଜପତ୍ରରେ ଜାଲିଆତି କରି ଶ୍ରମଦିବସ ସୃଷ୍ଟି ସହ ମଷ୍ଟରରୋଲ କରାଯାଇଥିବା ଅଭିଯୋଗ ହେଉଛି। ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ବସନ୍ତପୁର ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କିତ ଦାବିପତ୍ର ଜିଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ, ଭିଜିଲାନ୍ସ ବିଭାଗ ଓ ୫ଟି ସଚିବଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରାଯାଇଥିବା ବସନ୍ତପୁର ଗ୍ରାମବାସୀଙ୍କଠାରୁ ପ୍ରକାଶ। ଅଭିଯୋଗ ସଂକ୍ରାନ୍ତରେ ଖଣ୍ଡପଡା ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ସେଥିପ୍ରତି ସେ ଦୃଷ୍ଟିଦେବେ ବୋଲି କହିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories