www.samajalive.in
Thursday, December 11, 2025
23.1 C
Bhubaneswar

ଭାରତ ସୀମାରେ ଚୀନା ସେନା: ଜବାବ ଦେବାକୁ ସୀମାକୁ ଗଲେ ୫ ହଜାର ଯବାନ

ନୂଆଦିଲ୍ଲୀ: ସାରା ବିଶ୍ବ କରୋନା ଯୁଦ୍ଧରେ ଲାଗିଥିବାବେଳେ କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବା ପରି ଚୀନ ଭାରତ ସହ ଆରମ୍ଭ କରିଛି କଳି । ଗତ କେଇମାସ ମଧ୍ୟରେ ଚୀନ୍ ସେନା ଭାରତ ସୀମାନ୍ତ ଭିତରେ ପ୍ରବେଶ କରିବା ସହ ଚୀନା ହେଲିକପ୍ଟର ଭାରତୀୟ ବାୟୁସୀମା ଅତିକ୍ରମ କରିଛି । ଏପରି ସ୍ଥିତିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ପ୍ରାୟ ୫ ହଜାର ସେନା ଓ ଡ଼୍ରୋନ୍ ହେଲିକପ୍ଟର ଜମା କରିଛି । ଏହାର ମୁକାବିଲା ପାଇଁ  ଭାରତୀୟ ଯବାନ ଲାଦାଖ ସୀମା ଅଞ୍ଚଳକୁ ଯାତ୍ରା ଆରମ୍ଭ କରିଛନ୍ତି ।    ଦୌଲତବଗ ଓଲ୍‌ଡି ଓ ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ସେନାର ୮୧ ଓ ୧୧୪ ବିଗ୍ରେଡ୍ ମୁତୟନ ହୋଇଛନ୍ତି ।

- Advertisement -

ଭାରତୀୟ ସେନା ସୂତ୍ର ଅନୁଯାୟୀ, ପ୍ୟାଙ୍ଗୋଗ ହ୍ରଦ ଓ ଫିଙ୍ଗର ଏରିଆରେ ଡି ଲାଇନ୍ ଅଫ ଏକ୍‌ଚୁଆଲ କଣ୍ଟ୍ରୋଲ ନିକଟରେ ଚୀନା ସେନା ତମ୍ବୁ ଟାଣିବା ସହ ଜମା ହୋଇଛନ୍ତି । ଗଲଭାନ ନାଲା ଅଞ୍ଚଳରେ ଚୀନୀ ସେନା ଭାରତୀୟ ପୋଷ୍ଟ KM120ରୁ ୧୦-୧୫ କିଲୋମିଟର ଦୂର ପର୍ଯ୍ୟନ୍ତ ଚାଲି ଆସିଛନ୍ତି। ଭାରତୀୟ ସେନା ଶିବିର ନିକଟରେ ଚୀନ ସେନା ରାସ୍ତା ନିର୍ମାଣ କରିବା ଆରମ୍ଭ କରିଛି । ଭାରତ ଏଥିନେଇ ପ୍ରତିବାଦ କରିଛି ।

ଏହା ବ୍ୟତୀତ ହିମାଚଳରେ ସେକ୍ଟର ଓ ଉତ୍ତରାଖଣ୍ଡ ବର୍ଡର ସହିତ ଏଲଏସି ସେଣ୍ଟ୍ରାଲ ସେକ୍ଟରରେ ମଧ୍ୟ ଭାରତୀୟ ସେନାର ଉପସ୍ଥିତିକୁ ବଢାଇ ଦିଆଯାଇଛି।  କୌଣସି ପ୍ରକାରରେ ଚୀନର ଜବରଦଖଲକୁ ରୋକିବା ଲାଗି କିମ୍ବା ସୀମା ଉଲ୍ଲଂଘନକୁ ରୋକିବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛନ୍ତି। ଏବେ ଏଲଏସିରେ ଚୀନ ପ୍ରାୟ ୫ ହଜାର ସେନା ଠୁଳ କରିଥିବାରୁ ଭାରତ ମଧ୍ୟ ସମାନ ସଂଖ୍ୟକ ସେନା ପଠାଇବା ଆରମ୍ଭ କରିଛି ।

ଅନ୍ୟପକ୍ଷରେ ଚୀନ୍ ପକ୍ଷରୁ ଉପରୋକ୍ତ ଅଞ୍ଚଳରେ ଡ଼୍ରୋନ୍ ଚପର ମୁତୟନ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ସମ୍ପ୍ରତି ବିଭିନ୍ନ କାରଣ ଯୋଗୁଁ ଚୀନ ଭାରତ ଉପରେ କ୍ଷୁବ୍ଧ ହୋଇଛି ଏବଂ ସୀମା ସମସ୍ୟାକୁ ଜାଣିଶୁଣି ତେଜିବାକୁ ଚେଷ୍ଟା କରୁଛି । ଆନ୍ତର୍ଜାତିକ ସମୁଦାୟ ନିକଟରେ ଚୀନ କରୋନା ନିମନ୍ତେ ନିନ୍ଦିତ । ଅନ୍ୟପକ୍ଷରେ ଚୀନରୁ ବହୁ ଆନ୍ତର୍ଜାତିକ କମ୍ପାନୀ ନିଜର କାରଖାନା ବନ୍ଦ କରି ଭାରତ ଆସିବାକୁ ପ୍ରସ୍ତୁତ । ଏପରି ସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଭାରତ ହାତକୁ ଆସିଛି । ଏଥିପାଇଁ ଚୀନ୍ ଭାରତ ଉପରେ ରକ୍ତଚାଉଳ ଚୋବାଉଛି ଏବଂ ସୀମା ବିବାଦ ସୃଷ୍ଟି କରି ଉପମହାଦେଶରେ ସ୍ଥିତିକୁ ଅଶାନ୍ତ ରଖିବାକୁ ଜାଣିଶୁଣି ଉଦ୍ୟମ ଚଳାଇଛି ।

Hot this week

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

Related Articles

Popular Categories