www.samajalive.in
Sunday, December 7, 2025
15.1 C
Bhubaneswar

ଅଫିସରେ କରୋନା ସଂକ୍ରମଣରୁ କିପରି ନିଜକୁ ସୁରକ୍ଷିତ ରଖିବେ ?

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଯାହା ଦ୍ବାରା କରୋନା ସଂକ୍ରମଣ ବିସ୍ତାରକୁ ହ୍ରାସ କରାଯାଇପାରିବ। କିନ୍ତୁ ଏହି ଲକଡାଉନ ମଧ୍ୟରେ କାର୍ଯ୍ୟାଳୟକୁ ଯିବା କିଛି ଲୋକଙ୍କ ପାଇଁ ବାଧ୍ୟତାମୂଳକ ହୋଇ ପଡିଛି। ସରକାରୀ ଓ ବେସରକାରୀ ସ୍ତରରେ କିଛି ଲୋକ ଅଫିସ ଯାଉଛନ୍ତି। ତେବେ ଅଫିସରେ କରୋନା ସଂକ୍ରମଣରୁ କିଭଳି ବର୍ତ୍ତିବା ସେବିଷୟରେ ଜାଣିବା।

ଅଫିସ ଯିବା ଆସିବା ସମୟରେ ଯଥା ସମ୍ଭବ ସାମାଜିକ ଦୂରତାକୁ ମାନନ୍ତୁ। ଅଧିକ ଲୋକଙ୍କ ସହ ମିଳାମିଶା କରନ୍ତୁ ନାହିଁ।

- Advertisement -

ଅପରିଷ୍କାର ସ୍ଥାନକୁ ସ୍ପର୍ଶ କରନ୍ତୁ ନାହିଁ ଏବଂ ହାତ ଧୋଇବା ପୂର୍ବରୁ ଆଖି, ନାକ କିମ୍ବା ପାଟି ସ୍ପର୍ଶ କରନ୍ତୁ ନାହିଁ।

କାଶ, ଛିଙ୍କିବା କିମ୍ବା କଥାବର୍ତ୍ତା ହେବ ସମୟରେ ମୁହଁ ବା ପାଟିରୁ ବାହାରୁଥିବା ଛୋଟଛୋଟ ଜଳ ବିନ୍ଦୁ ମାଧ୍ୟମରେ କରୋନା ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥାଏ। ତେଣୁ ଯଥା ସମ୍ଭବ ଏସବୁରୁ ଦୂରେଇ ରୁହନ୍ତୁ।

ଆବଶ୍ୟକୀୟ ନଥିବା କାଗଜପତ୍ର ବା ଜିନିଷପତ୍ରକୁ ସ୍ପର୍ଶ କରନ୍ତୁ ନାହିଁ। କାଗଜପତ୍ର ବ୍ୟବହାର ପରେ ହାତକୁ ଧୁଅନ୍ତୁ ବା ସାନିଟାଇଜ୍ କରନ୍ତୁ।

ଭାରତର ରାଜ୍ୟ ସରକାରମାନେ ସାମାଜିକ ଦୂରତା ଗାଇଡଲାଇନ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିନ୍ତୁ।

ଏହା ସହ କାର୍ଯ୍ୟାଳୟରେ କରୋନାଭାଇରସରୁ ନିଜକୁ ରକ୍ଷା କରିବା ପାଇଁ କିଛି ସହଜ ଟିପ୍ସ ନିଜେ ପ୍ରସ୍ତୁତ କରିନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories