www.samajalive.in
Sunday, December 7, 2025
16.1 C
Bhubaneswar

ରାଉରକେଲାରେ ପହଞ୍ଚିଲା ମୁମ୍ବଇରୁ ଗୋରଖପୁର ଯିବାକୁ ଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍

ନୂଆଦିଲ୍ଲୀ : ଶ୍ରମିକ ସ୍ପେଶାଲ ଟ୍ରେନ୍ ନିଜ ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚି ଅନ୍ୟ ଏକ ଷ୍ଟେସନରେ ପହଞ୍ଚିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଜି ମହାରାଷ୍ଟ୍ର ମୁମ୍ବଇରୁ ଉତ୍ତରପ୍ରଦେଶ ଗୋରଖପୁର ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍ ଓଡିଶାର ରାଉରକେଲାରେ ପହଞ୍ଚିଥିଲା। ଗତ ମେ ୨୧ ତାରିଖରୁ ମୁମ୍ବଇରୁ ଶ୍ରମିକ ସ୍ପେଶାଲ ଟ୍ରେନଟି ଗୋରଖପୁର ଅଭିମ୍ମୁଖେ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ ଡ୍ରାଇଭର ରାସ୍ତା ଭୁଲିଯିବାରୁ ଏପରି ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂହ ଟ୍ୱିଟ୍‌ କରି ସୂଚନା ଦେବାପରେ ଘଟଣାଟି ଜଣାପଡ଼ିଥିଲା।
ଏନେଇ ରେଳ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ, ଉତ୍ତରପ୍ରଦେଶ ଏବଂ ବିହାର ଆଡକୁ ଅଧିକ ସଂଖ୍ୟକ ଟ୍ରେନ୍ ଯାତାୟକ କରୁଛି। ଏହି କାରଣରୁ, ଆମେ ଅନ୍ୟ ଏକ ମାର୍ଗ ଦେଇ କିଛି ଟ୍ରେନ୍ ନେବାକୁ ସ୍ଥିର କରିଛୁ ଏବଂ ଏଭଳି ବାରମ୍ବାର ଘଟେ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ଯଦି ଏହି ନେଟୱାର୍କରେ ଟ୍ରାଫିକ୍ ଜାମ୍ ହୋଇଯାଏ। ତା’ହେଲେ ଅସୁବିଧାର ସମ୍ମୁଖିନ ହେବା ଅପେକ୍ଷା ଟିକିଏ ଅଧିକ ମାର୍ଗ ନେଇ ଦ୍ରୁତ ଗତିରେ ପହଞ୍ଚିବା ଭଲ। ଏହା ଆମର ପ୍ରୋଟୋକଲ୍। ଆମେ କିଛି ଟ୍ରେନ୍ ବଦଳାଇଛୁ। ଆମେ ଜାଣିପାରିଲୁ ଯେ ଯଦି ଆମେ ସମାନ ମାର୍ଗରେ ଟ୍ରେନ୍ ଚଳାଇଥାଉ, ତେବେ କୌଣସି ଟ୍ରେନ୍ ପହଞ୍ଚି ପାରିବ ନାହିଁ। ’ତେଣୁ ଆମେ ସେହି ଟ୍ରେନକୁ ଅନ୍ୟ ମାର୍ଗରେ ରଖିଛୁ। ଏହା ଏକ ସାଧାରଣ ପଦ୍ଧତି, ଯାହା ସାଧାରଣ ଦିନରେ ମଧ୍ୟ ଗ୍ରହଣ କରାଯାଏ।
ଶନିବାର ସକାଳ ୮ଟା ୨୦ସମୟରେ ଟ୍ରେନଟି ରାଉରକେଲାରେ ପହଞ୍ଚିଥିଲା। ଏହାପରେ ସେଠାରେ ଶ୍ରମିକମାନଙ୍କୁ ଖାଦ୍ୟପାନୀୟ ଦିଆଯାଇଥିଲା ଏବଂ ସେମାନଙ୍କୁ ନେଇ ସକାଳ ୯ଟା ୨୦ ସମୟରେ  ଗୋରଖପୁର ଅଭିମ୍ମୁଖେ ଟ୍ରେନଟି ଯାତ୍ରା ଆରମ୍ଭ କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories