www.samajalive.in
Monday, December 8, 2025
27.1 C
Bhubaneswar

‘ଅମ୍ପନ୍‍’ ବାତ୍ୟାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା ପାଇଁ ୨୨ ବିରୋଧୀ ଦଳର ଦାବି

ନୂଆଦିଲ୍ଲୀ : ୨୨ଟି ବିରୋଧୀ ଦଳର ନେତାମାନେ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରି ଅମ୍ପନ୍‍ ଘୂର୍ଣ୍ଣିବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ଓ ପଶ୍ଚିମବଙ୍ଗର ଜନସାଧାରଣ ଏବଂ ସରକାରଙ୍କୁ ସମବେଦନା ଜଣାଇଛନ୍ତି ।
ଅମ୍ପନ୍‍ ଘୂର୍ଣ୍ଣିବାତ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବ୍ୟାପକ କ୍ଷତି ଘଟିଛି । ବିରୋଧୀ ଦଳମାନେ ଏକ ପ୍ରସ୍ତାବ ଗୃହିତ କରି ପ୍ରାଣ ହରାଇଥିବା ଲୋକ ମାନଙ୍କ ପରିବାରବର୍ଗଙ୍କୁ ଶୋକବାର୍ତ୍ତା ଜଣାଇଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକକୁ ଏକ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ପାଇଁ ସେହି ୨୨ଟି ଯାକ ବିରୋଧୀ ଦଳ ଦାବି କରିଛନ୍ତି । ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ପାଇଁ ନେତାମାନେ ଆହ୍ୱାନ ଦେଇଛନ୍ତି ।

ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିଥିଲେ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍.ଡି. ଦେବଗୌଡ଼ା, କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନ୍‍.ସି.ପି. ମୁଖ୍ୟ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍, ଡିଏମକେ ମୁଖ୍ୟ ଏମ୍‍.ଏଲ୍‍. ଷ୍ଟାଲିନ୍‍ ଓ ସିପିଏମ୍‍ ନେତା ସୀତାରାମ ୟେଚୁରୀ ଏବଂ ଆହୁରି ଅନେକ ନେତା ଅଂଶଗ୍ରହଣ କରିଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories